କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ରୁଷିଆକୁ ପଛରେ ପକାଇ ଭାରତ ୩ ନମ୍ବର ସ୍ଥାନରେ ପହଁଚିଲା

ଭୁବନେଶ୍ୱର: ଜୁଲାଇ ୬: ଦେଶରେ ୨୪ ଘଂଟାରେ ୨୪,୨୪୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୪୨୫ ଜଣଙ୍କର ମୃତ୍ୟୁ ହେଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୯୭,୪୧୩ ରେ ପହଂଚିଛି I ସେଥିମଧ୍ୟରୁ, ୪,୨୪,୪୩୩ ଜଣ ସୁସ୍ଥ ହେଇସାରିଥିବା ବେଳେ,୨,୫୩,୨୮୭ ଜଣ ଚିକିତ୍ସାଧୀନ ଅଛନ୍ତି I
ଦେଶରେ ଏ ପର୍ଯ୍ୟନ୍ତ ୧୯,୬୯୩ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିସାରିଲେଣି I
ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ରୁଷିଆକୁ ପଛରେ ପକାଇ ଭାରତ ୩ ନମ୍ବର ସ୍ଥାନରେ ପହଞ୍ଚିଛି। ଆମେରିକା ପ୍ରଥମରେ ଥିବାବେଳେ ଦ୍ୱିତୀୟରେ ରହିଛି ବ୍ରାଜିଲ ।
ମହାରଷ୍ଟ୍ର ରେ ଏ ପର୍ଯ୍ୟନ୍ତ ସର୍ବାଧିକ ୨,୦୬,୬୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୮,୮୨୨ ଜଣଙ୍କର ମୃତ୍ୟୁ ହେଇଛି i
ତାମିଲନାଡୁ ରେ ମୋଟ କରୋନା ଆକ୍ରାନ୍ତ ଙ୍କ ୧,୧୧, ୧୫୧ ରେ ପହଂଚିଛି ଏବଂ ମୃତ୍ୟୁ ସଂଖ୍ୟା ୧୫୧୦ କୁ ବୃଦ୍ଧି ପାଇଛି I
ଦିଲ୍ଲୀ ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯, ୪୪୪ ଥିବାବେଳେ, ୩,୦୬୭ ଜଣଙ୍କର ମୃତ୍ୟୁ ଘଟିଛି I
ସେହିପରି ଗୁଜରାଟ ରେ ମୋଟ ୩୬,୦୩୭ ଜଣ , ଉତ୍ତର ପ୍ରଦେଶ ୨୭,୭୦୭ ଜଣ, କର୍ଣ୍ଣାଟକ ରେ ୨୩,୪୭୪ ଜଣ, ୱେଷ୍ଟ ବେଙ୍ଗଲ ରେ ୨୨,୧୨୬ ଜଣ ଏବଂ ରାଜସ୍ଥାନ ରେ ୨୦, ୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

Comments are closed.