କରୋନା ରେ ସଂକ୍ରମିତ ହେଇ ମୃତ୍ୟୁବରଣ କଲେ ଉତ୍ତରପ୍ରଦେଶ ମନ୍ତ୍ରୀ କମଲା ରାନୀ ବରୁଣ

ଲଖନଉ: ଅଗଷ୍ଟ ୨: ଯୋଗୀ ଆଦିତ୍ୟନାଥ ସରକାର ର ଉତ୍ତରପ୍ରଦେଶ ମନ୍ତ୍ରୀ କମଲା ରାନୀ ବରୁଣ କରୋନା ରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି I କରୋନା ପଜିଟିଭ ଚିହ୍ନଟ ହେବାପରେ,ତାଙ୍କୁ ଜୁଲାଇ 18 ରେ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (SGPGIMS) ରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହେଇଥିଲା I
ଉତ୍ତର ପ୍ରଦେଶ ମନ୍ତ୍ରୀ ପରିଷଦ ପକ୍ଷରୁ ଶୋକ ସଭା କରାଯିବା ସହ ତାଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା I
ମନ୍ତ୍ରୀ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ hypothyroidism ପରି ବିଭିନ୍ନ ରୋଗରେ ପୀଡିତ ଥିଲେ ବୋଲି SGPGIMS ର ନିର୍ଦ୍ଦେଶକ ପ୍ରଫେସର ଆର କେ ଧିମାନ କହିଛନ୍ତି I
“ଆଡମିଶନ ସମୟରେ ମନ୍ତ୍ରୀ ନିମୋନିଆ ରେ ପୀଡିତ ଥିଲେ ଏବଂ ଅଧିକ ଅମ୍ଳଜାନ ଆବଶ୍ୟକତା ହେତୁ ଆଡମିଶନ ଦିନ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା ।
ତାଙ୍କୁ କନଭାଲେସେଣ୍ଟ ପ୍ଲାଜମା ମଧ୍ୟ ଟ୍ରାନ୍ସଫର କରାଯାଇଥିଲା I
ଶନିବାର ତାଙ୍କୁ ମେକାନିକାଲ୍ ଭେଣ୍ଟିଲେଟରରେ ରଖାଯାଇଥିଲା I କିନ୍ତୁ ଧୀରେ ଧୀରେ ଅବସ୍ଥା ବିଗିଡି ଯାଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ହେଇଥିଲା I

Comments are closed.