କରୋନା ରେ ଆଉ ଦୁଇ ଜଣଙ୍କ ମୃତ୍ୟୁ; ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭ କୁ ବୃଦ୍ଧି

0

ଭୁବନେଶ୍ୱର: ଜୁନ ୨୩: ଓଡ଼ିଶାରେ ଆଉ ଦୁଇ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହେଇଛି I ସୂଚନା ଅନୁଯାୟୀ, କଟକ ଜିଲ୍ଲାର ୭୧ ବର୍ଷ ବୟସ୍କ ଜଣେ ବ୍ୟକ୍ତି କରୋନା ରେ ସଂକ୍ରମିତ ହେବ ପରେ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ବରଣ କରିଛନ୍ତି I ସେ ମଧୁମେହ ଏବଂ ଯକୃତ ଜନିତ ରୋଗରେ ପୀଡିତ ଥିଲେ I
କଟକ ଜିଲ୍ଲାର ଆଉ ଜଣେ ୫୩ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମଧ୍ୟ ଚିକିତ୍ସିତ ହେଉଥିବା ଅବସ୍ଥା ରେ ମୃତ୍ୟୁ ହେଇଛି I ସେ ମଧୁମେହ ରୋଗରେ ପୀଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି I
ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭ କୁ ବୃଦ୍ଧି ପାଇଛି I

Leave A Reply

Your email address will not be published.