କରୋନା ମୁକାବିଲା; ଘରକୁ ଘର ବୁଲିବେ ଆଶା, ଏଏନ୍‌ଏମ୍‌

0

ଭୁବନେଶ୍ୱର : ଜୁନ ୧୫:କରୋନା ମୁକାବିଲା ପାଇଁ ଆଗାମୀ ୪ରୁ ୬ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସପ୍ତାହରେ ରାଜ୍ୟବାସୀ ସତର୍କ ଓ ସଚେତନ ରହିଲେ ନିଶ୍ଚିତ ରୂପେ ଜିତିବ ଓଡ଼ିଶା, ହାରିବ କରୋନା । କୌଣସି ବି କରୋନା ସଂକ୍ରମିତ ବ୍ୟକ୍ତି ପରୀକ୍ଷଣରୁ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଆସନ୍ତାକାଲିଠାରୁ ଠାରୁ ଏକ ସ୍ୱତନ୍ତ୍ର ଅଭିଯାନରେ ଘରକୁ ଘର ବୁଲିବେ ଆଶା କର୍ମୀ ଓ ଏଏନ୍‌ଏମ୍‌ ।
କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ରାଜ୍ୟ ସରକାର ଏନ ନୂତନ ପଦକ୍ଷେପ ଗ୍ରହଣ କରିଛି । ମଙ୍ଗଳବାରଠୁ ସହରାଞ୍ଚଳ ସମେତ ପ୍ରତି ଗାଁରେ ଘରକୁ ଘରୁ ବୁଲି ସ୍ୱାସ୍ଥ୍ୟଗତ ସମସ୍ୟା ସର୍ଭେ କରିବେ ଆଶା ଓ ଏଏନ୍‌ଏମ୍‌ କର୍ମୀ । ଯେଉଁ ବ୍ୟକ୍ତଙ୍କ ନକଟରେ କରୋନାର କୌଣସି ଲକ୍ଷଣ ଥିବ ସଙ୍ଗେ ସଙ୍ଗେ ତାଙ୍କର ନମୂନା ସଂଗ୍ରହ ସହ ପରୀକ୍ଷା କରାଇବେ । ଜୁନ୍‌ ୧୬ ତାରିଖରୁ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଏହି ଅଭିଯାନ ଚାଲିବ ।
ଜୀବନ ସହ ଜୀବିକାକୁ ମଧ୍ୟ ପ୍ରାଧାନ୍ୟ ଦେଇ ସରକାର ଲକଡାଉନ୍‌ ନିୟମକୁ କୋହଳ କରିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ରାଜ୍ୟବାସୀ ଏହାକୁ ନେଇ ଭୟଭୀତ କିମ୍ବା ଆତଙ୍କିତ ହେବାର କୌଣସି କାରଣ ନାହିଁ । ରାଜ୍ୟ ସରକାର ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି । ଦେଶର ଆଇସିଏମ୍‌ଆର ମାର୍ଗଦର୍ଶନ ଅନୁସାରେ ଓଡ଼ିଶାରେ କରୋନା ପରୀକ୍ଷଣ ଚାଲିଛି । ପରୀକ୍ଷଣର ଆବଶ୍ୟକତା ରଖୁଥିବା ପ୍ରତ୍ୟେକଟି ବ୍ୟକ୍ତି ବିଶେଷଙ୍କର ସରକାର କରୋନା ନମୂନାର ପରୀକ୍ଷା କରୁଛନ୍ତି । ତେଣୁ ପରୀକ୍ଷଣ ପାଇଁ କେହି ବ୍ୟସ୍ତ, ବିବ୍ରତ ହେବାର କୌଣସି କାରଣ ନାହିଁ ବୋଲି ଗୀତଗୋବିନ୍ଦ ସଦନରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ କହିଛନ୍ତି ।

Leave A Reply

Your email address will not be published.