କରୋନା ଭୟରେ ସଲ୍‌ମାନ୍‌

ଦେଶରେ ଏବେ କରୋନା ଭାଇରସ୍‌ର ଭୟ। ଏହି ଆତଙ୍କରୁ ଫିଲ୍ମ ଇଣ୍ଡଷ୍ଟ୍ରି ବି ବର୍ତ୍ତିପାରିନାହିଁ। ଏହି ପ୍ରାଣଘାତୀ ରୋଗ ଭୟରେ ବହୁ ଫିଲ୍ମଷ୍ଟାର ନିଜର ଶୋ’ ଓ ଟୁର୍‌ କ୍ୟାନସ୍‌ଲ୍‌ କରିସାରିଲେଣି। ସବୁବେଳେ ବେପରୱା ରହୁଥିବା ଦବଙ୍ଗ ଖାନ୍ ବି କରୋନା ଭାଇରସ୍‌ ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି। ସଲ୍‌ମାନ୍‌ ନିଜ ଅପକମିଂ ଫିଲ୍ମ ‘ରାଧେ : ୟୋର୍‌ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ ଶୁଟିଂ ବନ୍ଦ କରିଦେଇଛନ୍ତି।ସଲ୍‌ମାନ୍‌ଙ୍କ ଫିଲ୍ମ ‘ରାଧେ’ର କିଛି ଅଂଶ ଥାଇଲାଣ୍ଡରେ ଶୁଟିଂ ହେବାର ଥିଲା। ହେଲେ କରୋନା ଭାଇରସ୍‌ର ଭୟ ଯୋଗୁ ଏହି ଶୁଟିଂ ଉପରେ ରୋକ ଲଗାଇ ଦିଆଯାଇଛି। ଅବଶ୍ୟ ଏ ନେଇ ସଲ୍‌ମାନ୍ କି ତାଙ୍କ ଟିମ୍‌ କୌଣସି ଘୋଷଣା କରିନାହାଁନ୍ତି। ତେବେ ଶୁଣିବାକୁ ମିଳୁଛି ଯେ ଯେଉଁ ସିନ୍‌ଗୁଡ଼ିକ ଥାଇଲାଣ୍ଡରେ ଶୁଟ୍‌ ହେବାର ଥିଲା, ସେଗୁଡ଼ିକ ଏବେ ମୁମ୍ବାଇରେ ହିଁ ଶୁଟ୍‌ କରାଯିବ। ‘ରାଧେ: ୟୋର୍‌ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ ଫିଲ୍ମରେ ସଲ୍‌ମାନ୍‌ ଓ ଦିଶା ପଟାନି ଲିଡ୍‌ ରୋଲ୍‌ରେ ନଜର୍‌ ଆସିବେ। ନେଗେଟିଭ୍‌ ଚରିତ୍ରରେ ନଜର ଆସିବେ ରଣଦୀପ ହୁଡା। ଜ୍ୟାକି ଶ୍ରଫ୍‌ ଓ ଗୌତମ ଗୁଲାଟି ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟିକୁ ପ୍ରଭୂଦେବା ନିର୍ଦ୍ଦେଶନା ଦେଉଥିବାବେଳେ ସଲମାନ୍‌, ସୋହେଲ୍‌ ଖାନ୍‌ ଓ ଅତୁଲ ଅଗ୍ନିହୋତ୍ରୀ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି।

Comments are closed.