କରୋନା ବେକାବୁ; ୪ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

Edited by Papu Mohanty

ଭୁବନେଶ୍ୱର(ସବୁ୍ୟ): May 11: କରୋନା ବେକାବୁ । ସ୍ଥିତିର ସୁଧାର ଆସୁନାହିଁ । ଆହୁରି ବିିଗିଡ଼ିବାରେ ଲାଗିଛି । ରେଡ୍‌ ଜୋନ୍‌ରେ ଥିବା ଗଞ୍ଜାମ ଜିଲ୍ଲା ଏବେ ହଟସ୍ପଟ । ସୁରଟ ଫେରନ୍ତାଙ୍କ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢି ଚାଲିଛି । ସୋମବାର ତିନି ପର୍ଯ୍ୟାୟରେ ୩୭ ପଜିଟିଭ ଚିହ୍ନଟ ହୋଇଥିଲାବେଳେ କେବଳ ଗଞ୍ଜାମ ଜିଲ୍ଲାରେ ୨୯ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୩, ବୌଦ୍ଧରୁ ୨, ଯାଜପୁରରୁ୧, କେନ୍ଦ୍ରାପଡ଼ାରେ ୧, ମୟୂରଭଞ୍ଜ୧, କଟକ ୧ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ହୋଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ତାହା ସ୍ପଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬୩,୪୭୮ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ୩ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୦୭ ରହିଛି । ୪୪୬ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି । ୮୫ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।
ସୋମବାର ତିନି ପର୍ଯ୍ୟାୟରେ ୩୭ ପଜିଟିଭ ଚିହ୍ନଟ ହୋଇଛି । ସକାଳେ ଚିହ୍ନଟ ହୋଇଥିବା ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୨,ସୁନ୍ଦରଗଡ଼ରୁ ୧ ଓ କେନ୍ଦ୍ରାପଡ଼ାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମଧ୍ୟାନ୍ନରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର, ମୟୂରଭଞ୍ଜ ଓ କଟକରେ ଜଣେ କରି ପଜିଟିଭ ଚିହ୍ନଟ ହୋଇଥିଲେ । ହେଲେ ସଂନ୍ଧ୍ୟାରେ ରେକର୍ଡ ପରିମାଣର ୨୦ ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ୧୭, ସୁନ୍ଦରଗଡ଼ରୁ ୨ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଦିନକରେ ତିନି ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ୨୯ ପଜିଟିଭ ଚିହ୍ନଟ ହୋଇଥିଲାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲାରେ ୧୫୪ରେ ପହଞ୍ଚିଛି । ସେହିପରି ସୁନ୍ଦରଗଡ଼ରୁ ୩, ବୌଦ୍ଧରୁ ୨, ଯାଜପୁରରୁ୧, କେନ୍ଦ୍ରାପଡ଼ାରେ ୧, ମୟୂରଭଞ୍ଜ୧, କଟକ ୧ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ହୋଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଗଞ୍ଜାମ ସ୍ଥିତି ଏବେ ଗମ୍ଭୀର । ଆଠ ଦିନ ପୂର୍ବରୁ କରୋନା ଆକ୍ରାନ୍ତଙ୍କ ନାମ ଗନ୍ଧ ନଥିବା ଗଞ୍ଜାମ ଜିଲ୍ଲାରେ ଏବେ କରୋନା ମାନଚିତ୍ରରେ ହଟସ୍ପଟ । ଉକ୍ତ ଜିଲ୍ଲାରେ ଗତ ୩ ତାରିଖରେ ପ୍ରଥମ ଥର ପାଇଁ ଦୁଇ ଯୁବକ ଆକ୍ରାନ୍ତ ହୋଇଥିଲେ ଜଣଙ୍କ ବୟସ ୧୭ ବର୍ଷ ହୋଇଥିଲାବେଳେ ଅନ୍ୟ ଜଣଙ୍କ ବୟସ ୨୨ ବର୍ଷି ଦିନକ ପରେ ପୁଣି ଜଣେ ଏବଂ ୬ ତାରିଖରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ହେଲେ ଏବେ ବେକାବୁ । ରବିବାର ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧୨୫ ଥିଲା । ସୋମବାର ୧୫୪ । ଜିଲ୍ଲାର ଜଣେ ପ୍ରାଣ ହରାଇଛନ୍ତି । ରାଜ୍ୟରେ ତିନି ମୁଣ୍ଡ ଗଡ଼ିଛି ।
ମହାମାରୀ କରୋନା ୨୦ ଜିଲ୍ଲାକୁ ଗ୍ରାସ କରିଛି । ତେବେ କେଉଁ ଜିଲ୍ଲାରେ କେତେ ପଜିଟିଭ ଚିହ୍ନଟ ହୋଇଛନ୍ତି ତାହା ସ୍ୱାସ୍ଥ୍ୟ ବିଭାଗ ସ୍ପଟ କରିଛି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୧୫୪, ଯାଜପୁରରେ ୬୧, ଖୋର୍ଦ୍ଧାରେ ୫୦, ବାଲେଶ୍ୱରରେ ୪୨, ଭଦ୍ରକରେ ୩୧, ସୁନ୍ଦରଗଡ଼ ୧୭, ଅନଗୁଳରେ ୧୫, କେନ୍ଦ୍ରାପଡ଼ା ୯, ମୟୁରଭଞ୍ଜ ୯, ଜଗସିଂହପୁର ୫, ବୌଦ୍ଧ ୫, ପୁରୀ ୩, ବଲାଙ୍ଗୀର ୨, କଟକ ୨, ଝାରସୁଗୁଡା ୨, କେଉଁଝର ୨, ଦେବଗଡ଼ ୧, ଢେଙ୍କାନାଳ ୧, କୋରାପୁଟ ୧, ଏବଂ ନୟାଗଡରେ ୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Comments are closed.