କନ୍ଧମାଳ ଜିଲ୍ଲାରେ ୯୭୪.୨ ମିମି ବର୍ଷା; ଭାଙ୍ଗିଛି ଅନେକ ଗଛ; ଘରେ ପଶିଲା ପାଣି

ଫୁଲବାଣୀ: ଅଗଷ୍ଟ ୨୮: ଆଜି କନ୍ଧମାଳ ଜିଲ୍ଲାରେ ବିଭିନ୍ନ ବ୍ଳକ ଅଂଚଳରେ ଭୀଷଣ ବର୍ଷା ହେବା ସହିତ ଲୋକଙ୍କ ଘରେ ପାଣି ପଶି ଯାବଥିବାରୁ ଲୋକେ ନାନା ପ୍ରକାରର ହଇରାଣ ହରକତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅଂଚଳରେ ଜିଲ୍ଲାର ସର୍ବାଧିକ ୧୬୬.୮ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ସେହି ପରି ଜିଲ୍ଲା ସଦରମହକୁମା ଫୁଲବାଣୀରେ ୧୪୮.୬ ମିଲି ଗ୍ରାମ ବର୍ଷା ହୋଇଥିବାବେଳେ ବାଲିଗୁଡାରେ ୧୧୩ ମିମି,ଚକାପାଦରେ ୭୩.୦ ମିମି,ଦାରିଙ୍ଗବାଡିରେ ୪୬.୦ମିମି,ଘୁ.ଉଦୟଗିରିରେ ୩୬.୬ ମିମି,ଖଜୁରିପଡାରେ ୧୩୧.୦ ମିମି,କୋଟଗଡରେ ୨୮.୦ ମିମି,କ ନୁଆଗାଁରେ ୭୯.୪ ମିମି,ରାଇକିଆରେ ୩୭.୮ ମିମି,ଟିକାବାଲିରେ ୭୩.୦ ମିମି ଓ ତୁମୁଡିବନ୍ଧରେ ୪୧.୦ ମିମି ବର୍ଷା ହୋଇଥିବା ଜିଲ୍ଲା ପାଣିପାଗ ବିଭାଗ ଦ୍ୱାରା ରେକର୍ଡ କରାଯାଇଛି । ରେବେ ଜିଲ୍ଲାରେ ମୋଟ ୯୭୪.୨ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲ୍ଲରେ ହାରାହରି ୮୧.୧୮ ମିଲି ମିଟର ବର୍ଷା ହୋଇଥିବା ନେଇ ଜିଲ୍ଲା ଆପାତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ସୁତ୍ରରୁ ଜଣାପଡିଛି । ତେବେ ବର୍ଷାରେ ଜିଲ୍ଲiର ବିଭିନ୍ନ ଯାଗାରେ ଲୋକଙ୍କର ଘରେ ପାଣି ପଶିଥିବାରୁ ଲୋକଙ୍କ ଘରୁ ଅଗ୍ନିଶମ ବିଭାଗ ଏବଂ କନ୍ଧମାଳ ଟିମ ହ୍ୟୁମାନିଟିର ସହେଯାଗରେ ଲୋକଙ୍କ ଘରୁ ପମ୍ପ ଦ୍ୱାରା ଜଳ ନିସ୍କାସନ କରାଯାଇଛି । ସେହିପରି ଫୁଲବାଣୀର ବିଭିନ୍ନ ଯାଗାରେ ଗଛ ପଡିଥିବାରୁ ରାସ୍ତାରେ ଯାତାୟାତ ବାଧା ପାଇବା ସହିତ ବୁଦ୍ୟୁତ୍ ସରୋବରାହ ବିଛିନ୍ନ ହୋଇଥିଲା । ସେଠାରେ ମଧ୍ୟ ପହଂଚି ଅଗ୍ନିଶମ ବିଭାଗ ଦ୍ୱାରା ଗଛ କଟାଯାଇ ସ୍ଥିତିକୁ ସାମାନ୍ୟ କରାଯାଇଛି ।

Comments are closed.