କଟକ ସିଟି ହସ୍ପିଟାଲ; ଡାକ୍ତରଙ୍କ ନମୂନାରେ ଆସିଲା ପଜିଟିଭ

Edited by Papu Mohanty

ଭୁବନେଶ୍ୱର : ମେ ୨୬:ଓଡ଼ିଶାରେ ଡାକ୍ତରଙ୍କୁ କରୋନା । ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ।
ଡାକ୍ତରଙ୍କୁ ପ୍ରଥମେ ଜ୍ୱର ହୋଇଥିଲା ଏବଂ ପରୀକ୍ଷା ପରେ ତାଙ୍କ ନମୂନାରେ କରୋନା ପଜିଟିଭ ଆସିଥିଲା । କରୋନା ପଜିଟିଭ ସମ୍ପୃକ୍ତ ଡାକ୍ତର ଜଣଙ୍କ କଟକ ସିଟି ହସ୍ପିଟାଲରେ କାମ କରନ୍ତି । ସେ ଶିଶୁ ରୋଗ ବିଶେଷଜ୍ଞ । ତାଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସବୁଠାରୁ ବଡ କଥା ହେଉଛି ଯେହେତୁ ସେ ଜଣେ ଶିଶୁରୋଗ ବିଶେଷଜ୍ଞ ଥିଲେ । ତେଣୁ ସେ କେତେ ଜଣ ପିଲାଙ୍କୁ ଏହି ସମୟ ଭିତରେ ଚିକିତ୍ସା କରିଛନ୍ତି , ତାଙ୍କ ସଂସ୍ପର୍ଶରେ କେହି ଆସିଛନ୍ତି କି ନାହିଁ ? ତାହା କଣ୍ଟାକଫ ଟ୍ରେସିଂ ପରେ ସ୍ପଷ୍ଟ ହେବ । ମାତ୍ର ଆଗ ଧାଡିର କରୋନା ଯୋଦ୍ଧା ଭିତରେ ଆସୁଥିବା ଡାକ୍ତରଙ୍କୁ ପ୍ରଥମ ଥର ପାଇଁ ଓଡିଶାରେ କରୋନା କବଳିତ କରିଛି ।

Comments are closed.