କଟକ କ୍ୟାନ୍ସର ହସ୍ପିଟାଲରୁ ପୁଣି ୬ ପଜିଟିଭ୍‌

0

କଟକ : ଜୁନ ୨୯:କଟକରେ କରୋନା ତାର କାୟାବିସ୍ତାର କରୁଛି । ସ୍ଥାନୀୟ କ୍ୟାନ୍ସର ହସ୍ପିଟାଲରେ ପୁଣି ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି । ଚିହ୍ନଟ ହୋଇଥିବା ୬ଜଣଙ୍କ ମଧ୍ୟରୁ ୪ ଜଣ ରୋଗୀ ଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି ଆଟେଣ୍ଡାଣ୍ଟ ଓ ଆହାର କେନ୍ଦ୍ରର କର୍ମଚାରୀ । କ୍ୟାନସର ହସ୍ପିଟାଲରେ ଏପର୍ଯ୍ୟନ୍ତ ୫ ଜଣ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୯ରେ ପହଞ୍ଚିଛି । ରବିବାର ୨ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିଲେ । ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡ଼ିଥିଲା । କିଛି ଦିନ ତଳେ ଏଠାରେ ଗଞ୍ଜାମ ଜିଲ୍ଲାର ଜଣେ ରୋଗୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ରବିବାର ଚିହ୍ନଟ ହୋଇଥିବା ୨ ଜଣ କରୋନା ଯୋଦ୍ଧା ତାଙ୍କ ସଂସ୍ପର୍ଷରେ ଆସିଥିବା ଜଣାପଡିଥିଲା । କ୍ୟାନ୍ସର ହସ୍ପିଟାଲରେ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ୫୨ ଜଣ କର୍ମଚାରୀଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲା ।

Leave A Reply

Your email address will not be published.