କଟକ କରୋନା ଆତଙ୍କ; ୨ ନର୍ସଙ୍କୁ ପଜିଟିଭ୍‌

0

କଟକ : ଜୁନ ୨୮:କଟକରେ ବ୍ୟାପୁଛି କରୋନା । ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୨ ପଜିଟିଭ ଚିହ୍ନଟ ହେବା ପରେ ଏହାପରେ ଏବେ ଚିନ୍ତା ବଢ଼ାଇଛି ଜିଲ୍ଲା ପ୍ରଶାସନର । କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସଙ୍କ ଠାରେ ପଜେଟିଭ୍‌ ମିଳିଛି । ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀଙ୍କ ଠାରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ୨ ନର୍ସ ସଂପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି । ହସ୍ପିଟାଲର ୫୨ ଜଣ କର୍ମଚାରୀଙ୍କ ସ୍ୱାବ୍‌ ଟେଷ୍ଟ ପାଇଁ ଯାଇଥିଲା ଓ ସେଥିରୁ ୫୦ ଜଣଙ୍କର ନେଗେଟିଭ୍‌ ଆସିଥିବା ବେଳେ ୨ ନର୍ସଙ୍କ ପଜିଟିଭ ଆସିଛି । ୨ ନର୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅପରପକ୍ଷରେ କଟକ ସିଡିଏ ସେକଫର-୯ର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଟକ ମହାନଗର ନିଗମ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସେକଫର ୯ ଆମ୍ବତୋଟା ଅଞ୍ଚଳରେ କିଛି ଅଂଶ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସେକଫର-୯ର ପ୍ଲଟ ନଂ ଉ-୪୭ରୁ ଉ-୪୯ ଯାଏଁ ସାମନାରେ ଥିବା ରାସ୍ତା ସିଲ୍‌ ହୋଇଛି । ସେହିପରି ପଶ୍ଚିମରେ ପ୍ଲଟ ନଂ ଉ-୧ରୁ ଉ-୪୯ ସମ୍ମୁଖ ରାସ୍ତା ମଧ୍ୟ ବନ୍ଦ କରିଦିଆଯାଇଛି । ଉତ୍ତରରେ ପ୍ଲଟ ନଂ ଉ-୧ରୁ ଇ-୩୪ ଯାଏଁ ଆମ୍ବତୋଟା ରାସ୍ତାକୁ ମଧ୍ୟ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

Leave A Reply

Your email address will not be published.