କଇଁଛ ପ୍ରେମୀ ସୁପ୍ରଜା

0

ଦିଲ୍ଲୀ: ସେପ୍‌ଟେମ୍ବର ୨: ବେଳେବେଳେ ଗୋଟିଏ ସାକ୍ଷାତ ଜୀବନରେ ବଡ ପରିବର୍ତ୍ତନ ଆଣିଥାଏ । ଏହି ସାକ୍ଷାତ କାହା ସହିତ ହୋଇପାରେ । କୌଣସି ମଣିଷ କିମ୍ବା ପ୍ରାଣୀ । ସେହିଭଳି ଏକ ସାକ୍ଷାତ ତାମିଲ୍‌ନାଡୁର ଡାକ୍ତର ସୁପ୍ରଜା ଧାରିଣୀଙ୍କ କ୍ଷେତ୍ରରେ ଘଟିଥିଲା । ୨୦୦୧ରେ ସେ ସମୁଦ୍ରକୂଳରେ ବୁଲୁବୁଲୁ ଦେଖିଥିଲେ ଏକ କଇଁଛକୁ । କଇଁଛଟି କେଉଟର ଜାଲରେ ପଡିବା ଫଳରେ ଗୁରୁତର ଭାବେ ଆହତ ହୋଇଥିଲା । ତାକୁ ଦେଖିବାପରେ ସୁପ୍ରଜା ତାକୁ ବଞ୍ଚାଇବାକୁ ଚେଷ୍ଟା ଆରମ୍ଭ କରିଥିଲେ । ତେବେ ଏହି ସାକ୍ଷାତ ସୁପ୍ରଜାଙ୍କ ଜୀବନରେ ଅନେକ କିଛି ବଦଳାଇଥିଲା । ଏହି ଘଟଣାଟି ତାଙ୍କୁ ଏତେ ବ୍ୟଥିତ କରିଥିଲା ଯେ, ସେ ନିଜର ବୃତ୍ତି ଛାଡି କଇଁଛଙ୍କୁ ବଞ୍ଚାଇବାକୁ ବୃତ୍ତି କରିନେଇଥିଲେ । ତେବେ ପ୍ରଥମେ ସେ ଏହି ସମୁଦ୍ରୀ ଜୀବର ମୃତୁ୍ୟ ପଛର କାରଣ ଖୋଜିବାକୁ ଚେଷ୍ଟା କରିଥିଲେ । ଏହା ଜାଣିବାକୁ ସେ ମତ୍ସ୍ୟଜୀବୀଙ୍କର ସାହାଯ୍ୟ ନେଇଥିଲେ । ଯେଉଁଥିରୁ ସେଜାଣିଥିଲେ କି ଜାଲରେ ଏଭଳି ବ୍ୟବସ୍ଥା ଥାଏ ଯେଉଁଥିରୁ ଜାଲରୁ କଇଁଛ ମାନେ ବାହାରି ପାରିବେ ହେଲେ ମାଛ ନୁହେଁ । ତେବେ ଏଥିପାଇଁ ବେଳେବେଳେ କଇଁଛ ମାନେ ଆହତ ହୋଇଥାଆନ୍ତି । ଏହାର ସମାଧାନ ପାଇଁ ସେ ପ୍ରଥମେ ମତ୍ସ୍ୟଜୀବୀଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି । ତେଣୁ ସେ ପ୍ରଥମେ ବୁଲି ବୁଲି ମତ୍ସ୍ୟଜୀବୀଙ୍କୁ ଏ ନେଇ ସଚେତନ କରିବା ଆରମ୍ଭ କରିଥିଲେ । ସେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଯେ ଯଦି ସମୁଦ୍ରରେ କଇଁଛ ନରହିବେ ତେବେ ମାଛ ମଧ୍ୟ ରହିବେ ନାହିଁ । ସେହିଭଳି ତାଙ୍କୁ ଏହି କାମରେ ୱାଇଲïି ଲାଇଫ୍‌ ଓସ୍‌ଓଏସ୍‌ ଡ. କାର୍ତ୍ତିକ ଶଙ୍କର ସାହାଯ୍ୟ କରିଥିଲେ । ଶଙ୍କର ଗ୍ରାମବାସୀଙ୍କୁ ବୁଝାଇବାରେ ସାହାଯ୍ୟ କରିଥିଲେ । ସେ ଗାଁ ବାଲାଙ୍କୁ ସ୍ଲାଇଡ୍‌ ଜରିଆରେ କଇଁଛଙ୍କ ଉପଯୋଗୀତା ବିଷୟରେ ସୂଚନା ଦେଇଥିଲେ । ସେହିଭଳି ସୁପ୍ରଜା ଏହି ମିଶନରେ ଯୁବକଙ୍କୁ ସାମିଲ କରିବାକୁ ଲାଗିଲେ । ସେ ଆନ୍ଧ୍ରପ୍ରଦେଶ ଓ ଓଡିଶାର ବିଭିନ୍ନ ଯୁବଗୋଷ୍ଠୀଙ୍କୁ ଏହି କାମରେ ସାମିଲ କଲେ । ସେ ସେମାନଙ୍କୁ ନେଇ ଏକ ‘ସି-ଟର୍ଟଲ୍‌ ପ୍ରୋଟେକସନ୍‌ ଫୋର୍ସ’ର ନିର୍ମାଣ କଲେ । ଯେଉଁମାନେ ଭାରତର ପୂର୍ବତଟରେ ଅଲିଭ୍‌ ରିଡିଲ୍‌ କଇଁଛଙ୍କ ସରଂକ୍ଷଣ ସହ ସୁରକ୍ଷା ପାଇଁ କାମ କରିବେ । ୨୦୦୨ରୁ ସୁପ୍ରଜା ଏହି କାର୍ଯ୍ୟ ଆରମ୍ଭ କରିଥିଲେ । ସେ ନିଜର ଏକ ଟ୍ରି ନାମରେ ସଂସ୍ଥା କରିଛନ୍ତି, ଯାହା ଇଣ୍ଡିଆନ୍‌ କୋଷ୍ଟ ଗାର୍ଡଙ୍କ ସହ ମିଶି କାର୍ଯ୍ୟ କରୁଛି । ପ୍ରାଣୀଙ୍କ ପ୍ରତି ତାଙ୍କର ସ୍ୱାର୍ଥ ବିହିନ ପ୍ରେମ ତାଙ୍କୁ ଏକ ନୂଆ ପରିଚୟ ଆଣିଦେଇଛି ।

Leave A Reply

Your email address will not be published.