ଓୟୁଏଟିରେ ଆରମ୍ଭ ହେଲା କୁକୁଡା ମରା ଅଭିଯାନ ।

ଭୁବନେଶ୍ୱର: ବାର୍ଡଫ୍ଲୁ ନେଇ ଆତଙ୍କ ସୃଷ୍ଟି ହେବା ପରେ ମଙ୍ଗଳବାର ଓୟୁଏଟିରୁ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି । ରାଜଧାନୀରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁକୁଡାମାନଙ୍କଠାରେ ବାଡଫ୍ଲୁ ରୋଗ ବ୍ୟାପୁଥିବା ଜାଣିବା ପରେ ଏ ଅଭିଯାନ ଆରମ୍ଭ କରାଯାଇଛି । ଏ ଅଭିଯାନ ଲାଗି ୧୨ଟି ଟିମ୍ ଗଠନ କରାଯାଇଥିବାବେଳେ ୭ଟି ଟିମ୍ କୁକୁଡ଼ା ମରା ଅଭିଯାନରେ ସାମିଲ ଅଛନ୍ତି ଓ ଅନ୍ୟ ୫ଟି ଟିମ୍ ଓୟୁଏଟି ଓ ଏହାର ଆଖପାଖ ଅଞ୍ଚଳରେ ନିୟମିତ କୁକୁଡାଙ୍କ ରକ୍ତ, ଲାଳ ଓ ମଳ ସଂଗ୍ରହ କରି ପରୀକ୍ଷା ଲାଗି ପଠାଇବେ । ବାର୍ଡ ଫ୍ଲୁ ଆଶଙ୍କାରେ ନନ୍ଦନକାନନରେ ମଧ୍ୟ ପକ୍ଷୀ ବିହାରକୁ ବନ୍ଦ କରିଦିଆଯାଇଛି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ କଂଞ୍ଚା ଅଣ୍ଡା ଏବଂ ଦରସିଝା ମାଂସ ନ ଖାଇବାକୁ ପରାମର୍ଶ ଦେଇଛନ୍ତି । କୁକୁଡା ମାଂସ ଓ ଅଣ୍ଡା ନଖାଇଲେ ଭଲ ବୋଲି କୁହାଯାଇଛି ।
ଗତ କିଛିଦିନ ତଳେ ଓୟୁଏଟିରେ ଅଚାନକ କୁକୁଡାମାନଙ୍କର ମୃତ୍ୟୁ ହେବାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି କୁକୁଡାଗୁଡ଼ିକର ନମୁନା ଭୋପାଳସ୍ଥିତ ପ୍ରାଣୀ ରୋଗ ଲାବୋରେଟୋରୀକୁ ପରୀକ୍ଷା ପାଇଁ ପଠାଇଥିଲେ । ପରୀକ୍ଷାପରେ କୁକୁଡାମାନଙ୍କୁ ବାର୍ଡ଼ ଫ୍ଲୁ ହୋଇଥିବା ଜଣାପଡ଼ିବା ପରେ ସରକାର ଏହାର ନିରାକାରଣ ପାଇଁ କାର୍ଯ୍ୟକ୍ରମ ପସ୍ତୁତ କରିଛନ୍ତି ।

Comments are closed.