ଓଡ଼ିଶାରେ ୮୦ ଟପିଲା ପେଟ୍ରୋଲ, ଡିଜେଲ ଟପିଲା ୭୧

0

ନୂଆଦିଲ୍ଲୀ : ଜୁନ ୨୨:ଦେଶରେ କରେନା ସହ ତାଳ ଦେଇ ତୈଳ ଦର ବି କ୍ରମାଗତ ଭାବେ ବଢି ଚାଲିଛି । ଲଗାତାର ୧୬ଦିନ ପାଇଁ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି । ଆଜି ପେଟ୍ରୋଲ ଲିଟର ପିଛା ଦର ୩୩ ପାଇସା ଓ ଡିଜେଲର ଲିଟର ପିଛା ଦର ୫୮ ପଇସା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ୭୯.୫୬ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୭୮.୮୫ ଟଙ୍କା ହୋଇଛି । ଏହାର ଅର୍ଥ ୧୬ ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲର ୯.୨୧ ଟଙ୍କା ଓ ଡିଜେଲ ଦର ୮.୫୫ଟଙ୍କା ବଢିଲାଣି ।
ସେହିପରି କୋଲକାତାରେ ପେଟ୍ରୋଲର ଲିଟର ପିଛା ଦର ୮୧.୨୭ ଓ ଡିଜେଲର ଲିଟର ପିଛା ଦର ୭୪.୧୪ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୮୬ ଟଙ୍କା ପାର କରିଛି । ଏଠାରେ ପେଟ୍ରୋଲ ଦର ୮୬.୩୬ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୭୭.୨୪ଟଙ୍କା ରହିଛି । ଓଡିଶାରେ ପେଟ୍ରୋଲ ଦର ୮୦ ଟଙ୍କା ପାର କରିଛି । ରାଜଧାନୀରେ ଆଜି ପେଟ୍ରୋଲ ଲିଟର ପିଛା ଦର ୮୦.୧୩ ଟଙ୍କା ରହିଥିବା ବେଳେ ଡିଜେଲର ଲିଟର ପିଛା ଦର ୭୭.୦୪ ଟଙ୍କା ରହିଛି ।

Leave A Reply

Your email address will not be published.