ଓଡ଼ିଶାକୁ ସତର୍କ ସୂଚନା; ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ଜୁନ ୦୨:ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା । ଆସନ୍ତା ୪୮ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ଥିବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ତେବେ ଆଗାମୀ ୨ଦିନ ପର୍ଯ୍ୟନ୍ତ ବର୍ଷା ଏବଂ ବଜ୍ରପାତ-କାଳବୈଶାଖୀ ବିପଦ ଥିବା ଦେଶର ବିଭିନ୍ନ ସ୍ଥାନ ମଧ୍ୟରେ ରହିଛନ୍ତି ପଞ୍ଜାବ, କର୍ଣ୍ଣାଟକ, ଗୋଆ, ମଧ୍ୟ ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶ ତେଲେଙ୍ଗାନା, ଓଡ଼ିଶା, ବିହାର, ଆସାମ, ମେଘାଳୟ, ସମେତ ଅନ୍ୟ ୯ଟି ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନାରହିଛି । ଏସବୁରାଜ୍ୟରେ ଝଡବର୍ଷା ହୋଇପାରେ ବୋଲିକହିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷା ସମୟରେ ୮୦ରୁ ୯୦ କିମି ବେଗରେ ପବନ ମଧ୍ୟ ବୋହିବ ।

Comments are closed.