ଓଡିଶା ରେ ୧୪୬ ନୂଆ କରୋନା ପଜିଟିଭ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ ରେ ପହଞ୍ଚିଲା

0

ଭୁବନେଶ୍ୱର: ଜୁନ ୦୯: ଗତ ୨୪ ଘଣ୍ଟା ମଧ୍ୟରେ, ଓଡ଼ିଶାରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ରାଜ୍ୟରେ, ଏ ପର୍ଯ୍ୟନ୍ତ ମୋଟ ୩୧୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇସାରିଲେଣି I ସେଥିମଧ୍ୟରୁ, ୧୯୯୩ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୧୧୩୬ ଜଣ ଚିକିତ୍ସାଧୀନ ଅଛନ୍ତି I
ନୂଆ ଚିହ୍ନଟ ମାନଙ୍କ ମଧ୍ୟରେ, ୬୧ ଜଣ ଏନଡିଆରଏଫ/ ଓଡିଆରଏଫ staff ମଧ୍ୟ ଅଛନ୍ତି I ସୂଚନା ଅନୁସାରେ, ଏମାନେ ଅଃମ୍ପନ ଡିଉଟି ରେ ପଶ୍ଚିମବଙ୍ଗ ଯାଇଥିଲେ I
ଗଂଜାମ ରେ ୧୮ ଜଣ, ଖୋର୍ଦ୍ଧା ରେ ୧୯ ଜଣ, ବାଲେଶ୍ୱର ଓ ସୁନ୍ଦରଗଡ ରେ ୭ ଜଣ ଲେଖାଏଁ, ଜଗତସିଂହପୁର ରେ ୮ ଜଣ, ଦେଓଗଡ ଜିଲ୍ଲାରେ ୫ ଜଣ, ନୟାଗଡ, ମୟୁରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାରେ ୩ ଜଣ ଲେଖାଏଁ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ୨ ଜଣ ଲେଖାଏଁ ଏବଂ ଯାଜପୁର, ବଲାଙ୍ଗୀର,ଢେଙ୍କାନାଳ ଓ ମାଲକାନଗିରି ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

Leave A Reply

Your email address will not be published.