ଓଡିଶାରେ ୭୯ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫୧୭ କୁ ବୃଦ୍ଧି

ଭୁବନେଶ୍ୱର: ମେ ୨୬: ଓଡ଼ିଶାରେ ୭୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ, ରାଜ୍ୟର ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫୧୭ କୁ ବୃଦ୍ଧି ପାଇଛି l
ଗଂଜାମ ଜିଲ୍ଲାରେ ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଯାଜପୁର ରେ ୨ ଜଣ, ବାଲେଶ୍ୱର ରେ ୪ ଜଣ, ଖୋର୍ଦ୍ଧା ରେ ୪ ଜଣ, ପୁରୀ ରେ ୪ ଜଣ, କଟକ ରେ ୧୬ ଜଣ,କେନ୍ଦ୍ରାପଡ଼ା ରେ ୬ ଜଣ, ନୟାଗଡ ରେ ୩ ଜଣ, ବଲାଙ୍ଗୀର ରେ ୧୪ ଜଣ, ଅନୁଗୁଳ ରେ ଜଣେ, କେନ୍ଦୁଝର ରେ ୮ ଜଣ, କନ୍ଧମାଳ ରେ ୭, ଢେଙ୍କାନାଳ ରେ ୩ ଜଣ, ଝାରସୁଗୁଡା ରେ ଜଣେ ଏବଂ ସୋନପୁର ରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l
ସୋନପୁର ଜିଲ୍ଲାରେ ଆଜି ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଚିହ୍ନଟ ହେଇଥିବା ୭୯ ଜଣ ଙ୍କ ମଧ୍ୟରୁ, ୭୧ ଜଣ quarantine ସେଣ୍ଟର ରେ ଥିଲେ ଏବଂ ବାକି ୮ ଜଣ local case l

Comments are closed.