ଓଡିଶାରେ ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୪୧୬୩ କୁ ବୃଦ୍ଧି

0

ଭୁବନେଶ୍ୱର: ଜୁନ ୧୬: ଓଡ଼ିଶାରେ ୧୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ I ଏଥିସହ, ରାଜ୍ୟରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪୧୬୩ କୁ ବୃଦ୍ଧିପାଇଛି I
ଗଂଜାମ ରୁ ୮ ଜଣ,ଖୋର୍ଦ୍ଧା ରୁ ୭ ଜଣ, କଟକ ରୁ ଜଣେ, ବାଲେଶ୍ୱର ରୁ ୪ ଜଣ, କେନ୍ଦ୍ରାପଡ଼ା ରୁ ୯ ଜଣ, ପୁରୀ ରୁ ୧୫ ଜଣ, ଜଗତସିଂହପୁର ରୁ ୯ ଜଣ, ବଲାଙ୍ଗୀର ରୁ ଜଣେ, ସୁନ୍ଦରଗଡ ରୁ ୨ ଜଣ, ଗଜପତି ରୁ ୭ ଜଣ, କେନ୍ଦୁଝର ରୁ ୫ ଜଣ, କଳାହାଣ୍ଡି ରୁ ଜଣେ, ଅନୁଗୁଳ ରୁ ଜଣେ, ମାଲକାନଗିରି ରୁ ୨୧ ଜଣ ଏବଂ ବରଗଡ ରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ଏନଡିଆରଏଫ/ଓଡ୍ରାଫ/ଅଗ୍ନିଶମ ବିଭାଗ ର ୧୬ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
୯୫ ଜଣ ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରୁ ଚିହ୍ନଟ ହେଇଥିବା ବେଳେ, ୧୩ ଜଣ ସ୍ଥାନୀୟ ସମ୍ପର୍କ ରୁ ସଂକ୍ରମିତ ହେଇଛନ୍ତି I

Leave A Reply

Your email address will not be published.