ଓଡ଼ିଶାରେ ୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ରାଜ୍ୟର ମୋଟ ଆକ୍ରାନ୍ତ ସଂଖ୍ୟା ୧୨୬୯ ରେ ପହଁଚିଲା

ଭୁବନେଶ୍ୱର: ମେ ୨୩: ଓଡ଼ିଶାରେ ଆଜି ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇସାରିଲେଣି l
ଆଜି ଗଂଜାମ ଜିଲ୍ଲାରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଯାଜପୁର ରୁ ୧୪ ଜଣ, ବାଲେଶ୍ୱର ରୁ ୩ ଜଣ,ପୁରୀ ରୁ ୧୭ ଜଣ, କଟକ ରୁ ଜଣେ,ସୁନ୍ଦରଗଡ ରୁ ୫ ଜଣ, ନୟାଗଡ ରୁ ୫ ଜଣ,ବଲାଙ୍ଗୀର ରୁ ଜଣେ, ମାଲକାନଗିରି ରୁ ୫ ଜଣ, କନ୍ଧମାଳ ରୁ ୨ ଜଣ, ଝାରସୁଗୁଡା ରୁ ୩ ଜଣ, ନବରଙ୍ଗପୁର ରୁ ଜଣେ ଏବଂ ଗଜପତି ରୁ ୪ ଜଣ ଚିହ୍ନଟ ହେଇଛନ୍ତି l
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ୮୦ ଜଣଙ୍କ ମଧ୍ୟରୁ ୭୧ ଜଣ quarantine ସେଣ୍ଟର ରେ ଏବଂ ଦୁଇ ଜଣ home quarantine ରେ ଥିଲେ l ବାକି ୭ ଜଣ ହେଲେ local contact case l

Comments are closed.