ଓଡ଼ିଶାରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ କୁ ବୃଦ୍ଧି ହେଲା

ଭୁବନେଶ୍ୱର: ମେ ୨୭: ଓଡ଼ିଶାରେ ଆଉ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୫୯୩ ଜଣ କରୋନା ରୋଗୀ ଚିହ୍ନଟ ହେଇସାରିଲେଣି l
ନୂଆ କରି ଚିହ୍ନଟ ହେଇଥିବା ଆକ୍ରାନ୍ତ ଙ୍କ ମଧ୍ୟରେ, ଗଂଜାମ ରୁ ୧୦ ଜଣ, କଟକ ରୁ ୧୧ ଜଣ ଏବଂ ଖୋର୍ଦ୍ଧା ଓ ନୂଆପଡା ଜିଲ୍ଲାରୁ ୧୩ ଜଣ ଲେଖାଏଁ ଚିହ୍ନଟ ହେଇଛନ୍ତି l
ସେହିପରି, ଜଗତସିଂହପୁର ଜିଲ୍ଲାରୁ ୬ ଜଣ, ମୟୁରଭଞ୍ଜ ରୁ ଜଣେ ଏବଂ ବାଲେଶ୍ୱର,ନୟାଗଡ ଓ ସୁନ୍ଦରଗଡ ଜିଲ୍ଲାରୁ ଦୁଇ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ଚିହ୍ନଟ ହେଇଥିବା ୭୬ ଜଣ ଙ୍କ ମଧ୍ୟରୁ, ୭୪ ଜଣ quarantine ସେଣ୍ଟର ରେ ଥିଲେ ଏବଂ ଦୁଇଟି local case l

Comments are closed.