ଓଡ଼ିଶାରେ ୭୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୪୩୭ କୁ ବୃଦ୍ଧି

0

ଭୁବନେଶ୍ୱର:ଜୁଲାଇ ୧୯: ଓଡ଼ିଶାରେ ୭୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ତୃତୀୟ ଥର ପାଇଁ ରାଜ୍ୟରେ ଗୋଟିଏ ଦିନରେ ୭୦୦ ରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୪୩୭ କୁ ବୃଦ୍ଧି ପାଇଛି I ନୂଆ ୭୩୬ ଟି କେଶ ମଧ୍ୟରୁ, ୪୮୧ Quarantine case ଏବଂ ୨୫୫ ଟି Local Contact Case ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଟ ରେ ଉଲ୍ଲେଖ କରାଯାଇଛି I
ଗଂଜାମ ରେ ସର୍ବାଧିକ ୨୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରେ ୧୦୭, କୋରାପୁଟ ରେ ୪୫, ଯାଜପୁର ଓ ଜଗତସିଂହପୁର ରେ ୪୦ ଜଣ ଲେଖାଏଁ, ଗଜପତି ରେ ୩୯, ବାଲେଶ୍ୱର ରେ ୩୩, କଟକ ରେ ୨୭, ସମ୍ବଲପୁର ରେ ୨୫, ଅନୁଗୁଳ ରେ ୨୨, ମାଲକାନଗିରି ରେ ୧୮, ସୁନ୍ଦରଗଡ ରେ ୧୭, ପୁରୀ ରେ ୧୪, ମୟୁରଭଞ୍ଜ ରେ ୧୨, ନୟାଗଡ ରେ ୧୦, ବୌଦ ଓ ରାୟଗଡା ରେ ୮ ଜଣ ଲେଖାଏଁ, କାନ୍ଦ୍ରାପଡ଼ା ରେ ୭, ଭଦ୍ରକ ରେ ୫, ବଲାଙ୍ଗୀର ରେ ୪, ବରଗଡ ରେ ୩, କଳାହାଣ୍ଡି ରେ ୨ ଏବଂ ନବରଙ୍ଗପୁର, କେନ୍ଦୁଝର ଓ ଢେଙ୍କାନାଳ ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏ ପର୍ଯ୍ୟନ୍ତ ୩ ଲକ୍ଷ ୮୬ ହଜାର ୧୦୨ ଟି ସାମ୍ପଲ ପରୀକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ଵିଭାଗ ପକ୍ଷରୁ ଜଣାଯାଇଛି I

Leave A Reply

Your email address will not be published.