ଓଡ଼ିଶାରେ ୬୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୬ ମୃତ

0

ଭୁବନେଶ୍ୱର: ଜୁଲାଇ ୧୩: ୨୪ ଘଣ୍ଟାରେ ରାଜ୍ୟରେ ୬୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ସର୍ବାଧିକ ୨୮୩ ଜଣ ଚିହ୍ନଟ ହେଇଛନ୍ତି ଗଂଜାମ ଜିଲ୍ଲାରୁ I ଏହାକୁ ମିଶାଇ, ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୪୭ କୁ ବୃଦ୍ଧି ପାଇଛି I
ସେହିପରି, କୋରାପୁଟ ରେ ୫୦ ଜଣ, ନବରଙ୍ଗପୁର ରେ ୪୦ ଜଣ, ବରଗଡ ରେ ୩୧ ଜଣ, ଖୋର୍ଦ୍ଧା ରେ ୨୯ ଜଣ, ବାଲେଶ୍ୱର ରେ ୨୭ ଜଣ, କଟକ ଓ କେନ୍ଦୁଝର ରେ ୨୩ ଜଣ ଲେଖାଏଁ, ଜଗତସିଂହପୁର ରେ ୧୮ ଜଣ, ଯାଜପୁର ରେ ୧୭ ଜଣ, ମାଲକାନଗିରି ରେ ୧୪ ଜଣ, ମୟୁରଭଞ୍ଜ ରେ ୧୩ ଜଣ, ଝାରସୁଗୁଡା ରେ ୧୧ ଜଣ, ଢେଙ୍କାନାଳ ଓ ଅନୁଗୁଳ ରେ ୭ ଜଣ ଲେଖାଏଁ, କନ୍ଧମାଳ ରେ ୬ ଜଣ, ନୂଆପଡା ଓ ସୁନ୍ଦରଗଡ ରେ ୫ ଜଣ ଲେଖାଏଁ, ଭଦ୍ରକ ଓ ବଲାଙ୍ଗୀର ରେ ୨ ଜଣ ଲେଖାଏଁ ଏବଂ ଗଜପତି, ପୁରୀ ଓ କେନ୍ଦ୍ରାପଡ଼ା ରେ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ଏହାକୁ ମିଶାଇ, ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ କୁ ବୃଦ୍ଧି ପାଇଛି I
୨୪ ଘଂଟାରେ ରାଜ୍ୟରେ, କରୋନା ରେ ୬ ଜଣଙ୍କର ମୃତ୍ୟୁ ହେଇଛି I ଗଂଜାମ ଜିଲ୍ଲାରୁ ୪ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦ ରେ ପହଂଚିଛି I
ସେହିପରି ଗଂଜାମ ଜିଲ୍ଲାର ଜଣେ ୧୭ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ଙ୍କର ଅନ୍ୟ କାରଣରୁ ମୃତ୍ୟୁ ହେଇଛି I ସେ Lung Cancer ରେ ପୀଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ଟ୍ୱଇଟ ରେ ଦର୍ଶାଯାଇଛି I

Leave A Reply

Your email address will not be published.