ଓଡ଼ିଶାରେ ୨୪ ଘଣ୍ଟାରେ ୧୯୮୧ ଜଣ କରୋନା ପଜିଟିଭ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩ ଜଣ

ଭୁବନେଶ୍ୱର:ଅଗଷ୍ଟ ୧୩: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୧୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ର ସୂଚନା ଅନୁସାରେ, ଚିହ୍ନଟ ହେଇଥିବା ୧୯୮୧ ଜଣଙ୍କ ମଧ୍ୟରେ ୧୨୨୫ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୭୫୬ ଟି ଲୋକାଲ contact କେଶ I
୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲା ରୁ ସର୍ବାଧିକ ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ଗଂଜାମ ରୁ ୨୬୭, କନ୍ଧମାଳ ରୁ ୧୭୯, ସୁନ୍ଦରଗଡ ରୁ ୧୪୫, କଟକ ରୁ ୧୩୧, କୋରାପୁଟ ରୁ ୯୭, ପୁରୀ ରୁ ୭୭, ଭଦ୍ରକ ରୁ ୬୫, ମାଲକାନଗିରି ରୁ ୬୪, ଯାଜପୁର ରୁ ୬୦, ବାଲେଶ୍ୱର ରୁ ୫୯, ସୋନପୁର ରୁ ୫୭, ନୟାଗଡ ରୁ ୫୬, ରାୟଗଡା ରୁ ୫୫, ଜଗତସିଂହପୁର ରୁ ୪୨, ଢେଙ୍କାନାଳ ଓ କଳାହାଣ୍ଡି ରୁ ୩୯ ଜଣ ଲେଖାଏଁ, ସମ୍ବଲପୁର ରୁ ୩୮ ଜଣ, ମୟୁରଭଞ୍ଜ ରୁ ୩୭ ଜଣ, କେନ୍ଦ୍ରାପଡ଼ା ରୁ ୨୯ ଜଣ,ବରଗଡ ଓ ବଲାଙ୍ଗୀର ରୁ ୨୭ ଜଣ ଲେଖାଏଁ , କେନ୍ଦୁଝର ରୁ ୨୩ ଜଣ, ବୌଦ ରୁ ୨୨ ଜଣ, ନବରଙ୍ଗପୁର ରୁ ୧୮ ଜଣ, ନୂଆପଡା ଓ ଦେଓଗଡ ରୁ ୧୬ ଜଣ ଲେଖାଏଁ,ଗଜପତି ଓ ଝାରସୁଗୁଡା ରୁ ୮ ଜଣ ଲେଖାଏଁ ଏବଂ ଅନୁଗୁଳ ରୁ ୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏ ପର୍ଯ୍ୟନ୍ତ ଚିହ୍ନଟ ହେଇଥିବା ମୋଟ ୫୨ ହଜାର ୬୫୩ ଜଣ ଙ୍କ ମଧ୍ୟରୁ, ୩୬ ହଜାର ୪୭୯ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୧୫ ହଜାର ୮୦୭ ଜଣ ଚିକିତ୍ସାଧୀନ ଅଛନ୍ତି I
୨୪ ଘଣ୍ଟାରେ ରାଜ୍ୟରେ ୯ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ଆଜି ସୁଦ୍ଧା ମୋଟ ୩୧୪ ଜଣ କରୋନା ରେ ମୃତ୍ୟୁବରଣ କରିଛନ୍ତି I

Comments are closed.