ଓଡ଼ିଶାରେ ୨୪ ଘଣ୍ଟାରେ ୧୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୨୪୭ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୭: ଓଡିଶା ରେ ୨୪ ଘଣ୍ଟାରେ ୧୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି । ସେଥିମଧ୍ୟରୁ ଗଂଜାମ ଓ ସୁନ୍ଦରଗଡ ରୁ ୩ ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ ଭଦ୍ରକ , ଢେଙ୍କାନାଳ, ଗଜପତି , କେନ୍ଦ୍ରାପଡ଼ା , ମୟୁରଭଞ୍ଜ ଏବଂ ସମ୍ବଲପୁର ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ।
ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୪୭ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ର ୱେବ୍ସାଇଟ ରେ ଦିଆଯାଇଥିବା ତଥ୍ୟ ଅନୁସାରେ ଗଂଜାମ ଜିଲ୍ଲାରେ ଏ ପର୍ଯ୍ୟନ୍ତ ମୋଟ ୧୨୩ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ସୁନ୍ଦରଗଡ ରେ ନୂଆ ୩ ଟି କେଶ କୁ ମିଶାଇ ମୋଟ ୧୬ ଜଣଙ୍କର ମୃତ୍ୟୁ ହେଇଛି ।
ସେହିପରି ଗଜପତି ରେ ମୃତ୍ୟୁ ସଂଖ୍ୟା ୧୫ , ଭଦ୍ରକ ରେ ୪ , କେନ୍ଦ୍ରାପଡ଼ା ରେ ୩ , ସମ୍ବଲପୁର ରେ ୨ ଏବଂ ମୟୁରଭଞ୍ଜ ଓ ଢେଙ୍କାନାଳ ରେ ଏ ପର୍ଯ୍ୟନ୍ତ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I

Comments are closed.