ଓଡ଼ିଶାରେ ୨୪ ଘଣ୍ଟାରେ ୧୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି : ମୋଟ ମୃତ୍ୟୁ ସଂଖ୍ୟା ୨୫୯ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୮: ଓଡ଼ିଶାରେ ୨୪ ଘଂଟାରେ ୧୨ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗଂଜାମ , ଖୋର୍ଦ୍ଧା , କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଥିବା ବେଳେ ବରଗଡ , ସୁନ୍ଦରଗଡ , ବାଲେଶ୍ୱର ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁସାରେ ଏହାକୁ ମିଶାଇ , ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୫୯ କୁ ବୃଦ୍ଧି ପାଇଛି ।
ସେହପରି ୨୪ ଘଂଟାରେ ୩ ଜଣ କରୋନା ରୋଗୀଙ୍କର ଅନ୍ୟ କାରଣ ରୁ ମୃତ୍ୟୁ ହେଇଛି । ସେଥିମଧ୍ୟରୁ ଜଣେ ଭୁବନେଶ୍ୱର ର ହେଇଥିବା ବେଳେ ଆଉ ଦୁଇ ଜଣ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର । ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୪୮ ଜଣ କରୋନା ଆକ୍ରାନ୍ତଂକର ଅନ୍ୟ କାରଣ ରୁ ମୃତ୍ୟୁ ହେଇଛି ।

Comments are closed.