ଓଡ଼ିଶାରେ ୨୪ ଘଣ୍ଟାରେ ଚିହ୍ନଟ ହେଇଛନ୍ତି ୧୭୯ ଜଣ କରୋନା ସଂକ୍ରମିତ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮୫୬ କୁ ବୃଦ୍ଧି

0

ଭୁବନେଶ୍ୱର: ଜୁନ ୨୦: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଇଛନ୍ତି ଆଉ ୧୭୯ ଜଣ କରୋନା ସଂକ୍ରମିତ I ଖୋର୍ଦ୍ଧା ରୁ ୨୭ ଜଣ, ଗଂଜାମ ରୁ ୫୭ ଜଣ,କେନ୍ଦୁଝର ରୁ ୧୮ ଜଣ, କଟକ ରୁ ୧୫ ଜଣ, ମୟୁରଭଞ୍ଜ ରୁ ୧୦ ଜଣ ଲେଖାଏଁ, ଅନୁଗୁଳ ରୁ ୬ ଜଣ, ଭଦ୍ରକ, ରାୟଗଡା ଓ କେନ୍ଦ୍ରାପଡ଼ା ରୁ ୫ ଜଣ ଲେଖାଏଁ, ଜଗତସିଂହପୁର ରୁ ୪ ଜଣ, ଯାଜପୁର ରୁ ୩ ଜଣ, ବରଗଡ ଓ ମାଲକାନଗିରି ରୁ ୨ ଜଣ ଲେଖାଏଁ ଏବଂ ଦେଓଗଡ ଓ ନବଙ୍ଗପୁର ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ଏନଡ଼ିଆରଏଫ୍ / ଅଗ୍ନିଶମ ବିଭାଗ ର ୧୮ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
ଚିନ୍ହଟ ହେଇଥିବା ଏହି ୧୭୯ ଜଣଙ୍କ ମଧ୍ୟରୁ, ୧୫୦ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ୨୯ ଜଣ ସ୍ଥାନୀୟ ଅଂଚଳର I
ଏହାକୁ ମିଶାଇ, ରାଜ୍ୟରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪୮୫୬ କୁ ବୃଦ୍ଧି ପାଇଛି I

Leave A Reply

Your email address will not be published.