ଓଡ଼ିଶାରେ ୨୪ ଘଂଟାରେ ୪,୧୮୦ ନୂଆ କରୋନା ପଜିଟିଭ କେଶ

ଭୁବନେଶ୍ୱର: ସେପ୍ଟେମ୍ବର ୧୯: ଓଡ଼ିଶାରେ ୨୪ ଘଂଟାରେ ୪ ହଜାର ୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୭୧ ହଜାର ୩୪୧ କୁ ବୃଦ୍ଧି ପାଇଛି I
ନୂଆ ଚିହ୍ନଟ ହେଇଥିବା ୪,୧୮୦ ଜଣ ଙ୍କ ମଧ୍ୟରୁ,୨,୪୬୬ ଜଣ ସଂଗରୋଧ ରେ ଥିଲେ ଏବଂ ବାକି ୧,୭୧୪ ଟି ଲୋକାଲ କେଶ I
୨୪ ଘଂଟାରେ ୧୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୮୨ ରେ ପହଂଚିଛି I
ଏ ପର୍ଯ୍ୟନ୍ତ ମୋଟ ସୁସ୍ଥ ହେଇସାରିଛନ୍ତି ଏକ ଲକ୍ଷ ୩୩ ହଜାର ୪୬୬ ଜଣ I
ଏବେ ୩୭ ହଜାର ୧୪୦ ଜଣ ଚିକିତ୍ସାଧୀନ ଅଛନ୍ତି I
୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, କଟକ ରେ ୪୯୨, ଯାଜପୁର ରେ ୧୮୪, ପୁରୀ ଓ ସୁନ୍ଦରଗଡ ରେ ୧୬୬ ଜଣ ଲେଖାଏଁ, ମୟୁରଭଞ୍ଜ ରେ ୧୬୩ ଜଣ, ରାୟଗଡା ରେ ୧୬୦ ଜଣ, ଅନୁଗୁଳ ରେ ୧୫୫ ଜଣ, ବାଲେଶ୍ୱର ରେ ୧୩୩ ଜଣ, ସମ୍ବଲପୁର ରେ ୧୨୭ ଜଣ, ଜଗତସିଂହପୁର ରେ ୧୨୩ ଜଣ,କେନ୍ଦ୍ରାପଡ଼ା ରେ ୧୨୧ ଜଣ, ବରଗଡ ରେ ୧୦୦ ଜଣ, କୋରାପୁଟ ରେ ୯୯ ଜଣ, ଝାରସୁଗୁଡା ରେ ୮୩ ଜଣ, ଭଦ୍ରକ ରେ ୮୧ ଜଣ,କନ୍ଧମାଳ ରେ ୭୭ ଜଣ, ବଲାଙ୍ଗୀର, କେନ୍ଦୁଝର ଓ ନବରଙ୍ଗପୁର ରେ ୭୩ ଜଣ ଲେଖାଏଁ, ଢେଙ୍କାନାଳ ଓ କଳାହାଣ୍ଡି ରେ ୬୭ ଜଣ ଲେଖାଏଁ, ସୋନପୁର ରେ ୬୨ ଜଣ, ଗଂଜାମ ରେ ୫୮ ଜଣ, ବୌଦ ରେ ୫୬ ଜଣ, ନୟାଗଡ ଓ ନୂଆପଡା ରେ ୫୪ ଜଣ ଲେଖାଏଁ, ମାଲକାନଗିରି ରେ ୫୩ ଜଣ, ଗଜପତି ରେ ୨୫ ଜଣ, ଦେଓଗଡ ରେ ୧୦ ଜଣ ଏବଂ ଷ୍ଟେଟ ପୂଲ ରେ ୩୩୭ ଜଣ ଚିହ୍ନଟ ହେଇଛନ୍ତି I

Comments are closed.