ଓଡ଼ିଶାରେ ୨୪ ଘଂଟାରେ ୩,୯୨୨ ଟି ନୂଆ କରୋନା ପଜିଟିଭ କେଶ ଚିହ୍ନଟ ଏବଂ ୧୪ ମୃତ

ଭୁବନେଶ୍ୱର: ସେପ୍ଟେମ୍ବର ୨୭: ଓଡ଼ିଶାରେ ୨୪ ଘଂଟାରେ ୩,୯୨୨ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିମଧ୍ୟରୁ, ୨,୩୦୯ ଜଣ ସଂଗରୋଧ ରେ ଥିଲେ ଏବଂ ବାକି ୧,୬୧୩ ଟି ଲୋକାଲ କଣ୍ଟାକଟ କେଶ I
ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯ ହଜାର ୩୭୪ କୁ ବୃଦ୍ଧି ପାଇଛି I
ଜିଲ୍ଲା ଗୁଡିକ ମଧ୍ୟରେ, ଖୋର୍ଦ୍ଧା ଜିଲ୍ଲାରେ ୨୪ ଘଂଟାରେ ସର୍ବାଧିକ ୮୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେହିପରି, କଟକ ଜିଲ୍ଲାରେ ୩୮୦ ଜଣ, କେନ୍ଦୁଝର ରେ ୨୧୨ ଜଣ, ଅନୁଗୁଳ ରେ ୨୦୦ ଜଣ, ପୁରୀ ରେ ୧୮୪ ଜଣ, ବରଗଡ ରେ ୧୫୪ ଜଣ, ମୟୁରଭଞ୍ଜ ରେ ୧୪୯ ଜଣ, ଜଗତସିଂହପୁର ରେ ୧୨୩ ଜଣ, ସମ୍ବଲପୁର ରେ ୧୧୭ ଜଣ, ନୂଆପଡା ରେ ୧୧୪ ଜଣ, ଝାରସୁଗୁଡା ରେ ୧୦୯ ଜଣ, କେନ୍ଦ୍ରାପଡ଼ା ରେ ୧୦୭ ଜଣ, ଯାଜପୁର ଓ ସୁନ୍ଦରଗଡ ରେ ୧୦୩ ଜଣ ଲେଖାଏଁ, ବଲାଙ୍ଗୀର ରେ ୮୫ ଜଣ, ଢେଙ୍କାନାଳ ରେ ୭୬ ଜଣ, କଳାହାଣ୍ଡି ରେ ୭୩ ଜଣ, ବାଲେଶ୍ୱର ରେ ୭୨ ଜଣ, କୋରାପୁଟ ଓ ମାଲକାନଗିରି ରେ ୬୯ ଜଣ ଲେଖାଏଁ, କନ୍ଧମାଳ ରେ ୬୨ ଜଣ, ଭଦ୍ରକ ରେ ୫୧ ଜଣ, ରାୟଗଡା, ନୟାଗଡ ଓ ବୌଦ ରେ ୪୮ ଜଣ ଲେଖାଏଁ, ନବରଙ୍ଗପୁର ରେ ୪୦ ଜଣ, ଗଂଜାମ ରେ ୩୯ ଜଣ, ସୋନପୁର ରେ ୨୫ ଜଣ, ଗଜପତି ରେ ୨୨ ଜଣ, ଦେଓଗଡ ରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ଷ୍ଟେଟ ପୂଲ ରେ ୨୧୪ ଜଣ ଚିହ୍ନଟ ହେଇଛନ୍ତି I
୨୪ ଘଂଟାରେ ୧୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଏହାକୁ ମିଶାଇ, ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୭୯୭ ରେ ପହଂଚିଛି I
ଏ ପର୍ଯ୍ୟନ୍ତ ଓଡ଼ିଶାରେ ଏକ ଲକ୍ଷ ୭୦ ହଜାର ୧୯୩ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଛନ୍ତି I ଏବେ ୩୮ ହଜାର ୩୩୧ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.