ଓଡ଼ିଶାରେ ୨୪ ଘଂଟାରେ ୩୩୭୧ କୋଭିଡ ପଜିଟିଭ କେଶ ଚିହ୍ନଟ ; ଖୋର୍ଦ୍ଧା ରେ ସର୍ବାଧିକ ୫୪୭ କେଶ

ଭବନେଶ୍ୱର: ଅଗଷ୍ଟ ୨୬: ଓଡ଼ିଶାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୩୭୧ ଟି କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ ୨୦୫୩ ଟି କେଶ କ୍ୱାରାଣ୍ଟାଇନ ରେ ଥିଲେ ଏବଂ ୧୩୧୮ ଟି ଲୋକାଲ କଣ୍ଟାକଟ କେଶ I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁସାରେ, ୨୪ ଘଂଟାରେ ଖୋର୍ଦ୍ଧା ରେ ୫୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ କଟକ ରେ ୩୫୭ ଜଣ , ଗଂଜାମ ରେ ୧୯୬ ଜଣ , ଯାଜପୁର ରେ ୧୭୩ ଜଣ , ନୟାଗଡ ରେ ୧୭୧ ଜଣ , ସୁନ୍ଦରଗଡ ରେ ୧୫୪ ଜଣ , ରାୟଗଡା ରେ ୧୪୬ ଜଣ , ପୁରୀ ରେ ୧୪୪ ଜଣ , ମାଲକାନଗିରି ରେ ୧୩୪ ଜଣ , ସମ୍ବଲପୁର ରେ ୧୦୭ ଜଣ, ବାଲେଶ୍ୱର ଓ ବରଗଡ ରେ ୯୮ ଜଣ ଲେଖାଁଏ, ଜଗତସିଂହପୁର ରେ ୯୫ ଜଣ ,ଝାରସୁଗୁଡା ରେ ୯୩ ଜଣ , ମୟୁରଭଞ୍ଜ ରେ ୯୨ ଜଣ , କୋରାପୁଟ ରେ ୯୧ ଜଣ , ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ରେ ୭୬ ଜଣ ଲେଖାଁଏ , କେନ୍ଦୁଝର ରେ ୭୪ ଜଣ , ଢେଙ୍କାନାଳ ରେ ୬୭ ଜଣ , ନବରଙ୍ଗପୁର ରେ ୬୫ ଜଣ , ଅନୁଗୁଳ ରେ ୬୩ ଜଣ , ଗଜପତି ଓ କନ୍ଧମାଳ ରେ ୪୧ ଜଣ ଲେଖାଁଏ , କଳାହାଣ୍ଡି ରେ ୨୮ ଜଣ ,ନୂଆପଡା ରେ ୧୫ ଜଣ ,ଦେଓଗଡ ରେ ୮ ଜଣ , ବୌଦ ରେ ୪ ଜଣ ଏବଂ ସୋନପୁର ରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ହଜାର ୬୦୨ କୁ ବୃଦ୍ଧି ପାଇଛି I

Comments are closed.