ଓଡ଼ିଶାରେ ୨୪ ଘଂଟାରେ ୨,୯୯୩ ନୂଆ କରୋନା ପଜିଟିଭ କେଶ; ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ଦିନରେ ୬୦୬ କେଶ

ଭୁବନେଶ୍ୱର: ଅଗଷ୍ଟ ୨୩: ଓଡ଼ିଶାରେ ୨୪ ଘଂଟାରେ ୨ ହଜାର ୯୯୩ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୧୮୭୯ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୧୧୧୪ ଟି ଲୋକାଲ କଣ୍ଟାକଟ କେଶ I
ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ଦିନରେ ସର୍ବାଧିକ ୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଗଂଜାମ ରୁ ୨୭୧ ଜଣ, କଟକ ରୁ ୧୫୮, ପୁରୀ ରୁ ୧୫୬, ନୟାଗଡ ରୁ ୧୫୩, ରାୟଗଡା ରୁ ୧୩୭, ଯାଜପୁର ରୁ ୧୨୧, ମୟୁରଭଞ୍ଜ ରୁ ୧୨୦, ବାଲେଶ୍ୱର ରୁ ୧୧୫, ସମ୍ବଲପୁର ରୁ ୧୦୪, ବରଗଡ ରୁ ୯୮, କୋରାପୁଟ ରୁ ୯୫, ଭଦ୍ରକ ରୁ ୯୨, ମାଲକାନଗିରି ରୁ ୮୫, ସୁନ୍ଦରଗଡ ରୁ ୭୦, ନବରଙ୍ଗପୁର ରୁ ୬୮, କେନ୍ଦୁଝର ରୁ ୬୩, ବଲାଙ୍ଗୀର ରୁ ୬୨, ଢେଙ୍କାନାଳ ରୁ ୬୦, କନ୍ଧମାଳ ରୁ ୫୮, ଜଗତସିଂହପୁର ରୁ ୪୬, କେନ୍ଦ୍ରାପଡ଼ା, ଗଜପତି ଓ ଝାରସୁଗୁଡା ରୁ ୪୩ ଜଣ ଲେଖାଏଁ, ସୋନପୁର ରୁ ୪୦, କଳାହାଣ୍ଡି ରୁ ୩୬, ଅଙ୍ଗୁଳ ରୁ ୨୧, ନୂଆପଡା ରୁ ୧୧ ଏବଂ ବୌଦ ଓ ଦେଓଗଡ ରୁ ୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏହାକୁ ମିଶାଇ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୭୮ ହଜାର ୫୩୦ କୁ ବୃଦ୍ଧି ପାଇଛି I
ମୋଟ ସୁସ୍ଥ ହେଇଛନ୍ତି ୫୨ ହଜାର ୨୭୭ ଜଣ I
ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ, ଗତ ୨୪ ଘଂଟାରେ ୧୦ ଜଣଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୪୦୯ କୁ ବୃଦ୍ଧି ପାଇଛି I
ଏବେ, ରାଜ୍ୟରେ ୨୫ ହଜାର ୭୯୧ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.