ଓଡ଼ିଶାରେ ୨୪ ଘଂଟାରେ ୧୬୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୧୯୩ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୮: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୬୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ସେଥିରୁ ୧୦୧୮ ଜଣ Quarantine ରେ ଥିଲେ ଏବଂ ୬୨୫ ଜଣ Local Contact Case । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୪ ହଜାର ୧୯୩ କୁ ବୃଦ୍ଧି ପାଇଛି ।
ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ୨୪ ଘଂଟାରେ ୨୭୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ।
ସେହିପରି ରାୟଗଡା ରୁ ୧୩୬ ଜଣ, ସୁନ୍ଦରଗଡ ରୁ ୧୧୮ ଜଣ , ସମ୍ବଲପୁର ରୁ ୧୧୨ ଜଣ , କଟକ ରୁ ୯୮ ଜଣ , ପୁରୀ ରୁ ୯୨ ଜଣ , ବାଲେଶ୍ୱର ରୁ ୭୩ ଜଣ , କନ୍ଧମାଳ ରୁ ୫୨ ଜଣ , କୋରାପୁଟ ରୁ ୫୦ ଜଣ , ବଲାଙ୍ଗୀର ରୁ ୪୩ ଜଣ , ନୟାଗଡ ରୁ ୪୦ ଜଣ , ମୟୁରଭଞ୍ଜ ରୁ ୩୯ ଜଣ , ଢେଙ୍କାନାଳ ଓ ଯାଜପୁର ରୁ ୩୬ ଜଣ ଲେଖାଏଁ , ଗଜପତି ରୁ ୩୫ ଜଣ , କଳାହାଣ୍ଡି ରୁ ୩୦ ଜଣ , ମାଲକାନଗିରି ରୁ ୨୭ ଜଣ , ଜଗତସିଂହପୁର ରୁ ୨୧ ଜଣ , ଅନୁଗୁଳ ରୁ ୧୬ ଜଣ , କେନ୍ଦ୍ରାପଡ଼ା ରୁ ୧୪ ଜଣ , ବରଗଡ ଓ ବୌଦ ରୁ ୭ ଜଣ ଲେଖାଏଁ , ନବରଙ୍ଗପୁର ରୁ ୫ ଜଣ , କେନ୍ଦୁଝର ରୁ ୩ ଜଣ , ଭଦ୍ରକ ଓ ଝାରସୁଗୁଡା ରୁ ୨ ଜଣ ଲେଖାଏଁ ଏବଂ ନୂଆପଡା ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ।
ଓଡ଼ିଶାରେ ଏ ପର୍ଯ୍ୟନ୍ତ ମୋଟ ୨୮ ହଜାର ୬୯୮ ଜଣ ସୁସ୍ଥ ହେଇଛନ୍ତି ଏବଂ ୧୫ ହଜାର ୧୮୮ ଜଣ ଚିକିତ୍ସାଧୀନ ଅଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ର ତଥ୍ୟ ଅନୁଯାଇ , ଓଡ଼ିଶାରେ ୨୪ ଘଂଟାରେ ୧୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୯ କୁ ବୃଦ୍ଧି ପାଇଛି ।

Comments are closed.