ଓଡ଼ିଶାରେ ୨୪ ଘଂଟାରେ ୧୫୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୭ ମୃତ

0

ଭୁବନେଶ୍ୱର: ଜୁଲାଇ ୨୭: ଓଡ଼ିଶାରେ ୧,୫୦୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I କ୍ରମାଗତ ଭାବରେ, ୬ ଦିନ ଧରି ପ୍ରତ୍ୟେକ ଦିନ ହଜାରେ ରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛି I
ଆହୁରି ମଧ୍ୟ ଚିନ୍ତାଜନକ ବିଷୟ, ପ୍ରତ୍ୟେକ ଦିନ Local Contact Case ବୃଦ୍ଧି ପାଉଛି I ୧୫୦୩ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ, ୧୦୦୨ ଜଣ Quarantine ରେ ଥିଲେ ଏବଂ ବାକି ୫୦୧ ଜଣ Local Contact Case I
୨୪ ଘଂଟାରେ ଚିହ୍ନଟ ହେଇଥିବା ୧,୫୦୩ ଜଣଙ୍କ ମଧ୍ୟରୁ, ଗଂଜାମ ରୁ ସର୍ବାଧିକ ୪୯୧ ଜଣ, ଖୋର୍ଦ୍ଧା ରୁ ୨୨୩ ଜଣ, କଟକ ରୁ ୧୩୬ ଜଣ,କନ୍ଧମାଳ ଓ ଗଜପତି ରୁ ୭୩ ଜଣ ଲେଖାଏଁ, ରାୟଗଡା ରୁ ୬୮ ଜଣ, ସୁନ୍ଦରଗଡ ରୁ ୫୬ ଜଣ, ଯାଜପୁର ରୁ ୫୧ ଜଣ, କେନ୍ଦୁଝର ରୁ ୪୩ ଜଣ, କୋରାପୁଟ ଓ ମାଲକାନଗିରି ରୁ ୩୪ ଜଣ ଲେଖାଏଁ, ଢେଙ୍କାନାଳ ରୁ ୩୨ ଜଣ, ମୟୁରଭଞ୍ଜ ରୁ ୨୮ ଜଣ, ଭଦ୍ରକ ରୁ ୨୫ ଜଣ, ବରଗଡ ରୁ ୨୩ ଜଣ, ବଲାଙ୍ଗୀର ରୁ ୨୧ ଜଣ, ବାଲେଶ୍ୱର ରୁ ୧୯ ଜଣ, ସମ୍ବଲପୁର ରୁ ୧୭ ଜଣ, ଝାରସୁଗୁଡା ଓ କଳାହାଣ୍ଡି ରୁ ୧୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ରୁ ୯ ଜଣ, ନୟାଗଡ ରୁ ୮ ଜଣ, ଜଗତସିଂହପୁର ରୁ ୬ ଜଣ, ପୁରୀ ଓ ସୋନପୁର ରୁ ୪ ଜଣ ଲେଖାଏଁ , ନବରଙ୍ଗପୁର ରୁ ୨ ଜଣ ଏବଂ ବୌଦ ଓ ଅନୁଗୁଳ ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୨୪ ଘଂଟାରେ ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତଂକର ମୃତ୍ୟୁ ହେଇଛି I ଗଂଜାମ ଜିଲ୍ଲାରୁ ତିନି ଜଣଙ୍କର ମୃତ୍ୟୁ ହେଇଥିବା ବେଳେ, ସୁନ୍ଦରଗଡ, ଭୁବନେଶ୍ୱର, କଟକ ଓ ମାଲକାନଗିରି ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I
ତେବେ, ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୪୭ ରେ ପହଂଚିଛି I

Leave A Reply

Your email address will not be published.