ଓଡ଼ିଶାରେ ୨୪ ଘଂଟାରେ ୧୪ କରୋନା ରୋଗୀଙ୍କ ମୃତ୍ୟୁ: ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୦୫ କୁ ବୃଦ୍ଧି

ଭୁବନେଶ୍ୱର: ସେପ୍ଟେମ୍ବର ୧୧: ଓଡ଼ିଶାରେ ୨୪ ଘଂଟାରେ ୩ ହଜାର ୯୯୬ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୨୩୫୯ ଜଣ ସଂଗରୋଧ ରେ ଥିଲେ ଏବଂ ୧୬୩୭ ଟି ଲୋକାଲ କେଶ I
ଚିହ୍ନଟ ହେଇଥିବା ନୂଆ ୩ ହଜାର ୯୯୬ ଟି କୋଭିଡ ପଜିଟିଭ କେଶ କୁ ମିଶାଇ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୪୩ ହଜାର ୧୧୭ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ୨୪ ଘଂଟାରେ ୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ କଟକ ରେ ୩୫୪ ଜଣ, ପୁରୀ ରେ ୨୭୯ ଜଣ, ବାଲେଶ୍ୱର ରେ ୨୦୯ ଜଣ, ମୟୁରଭଞ୍ଜ ରେ ୧୬୦ ଜଣ, ନବରଙ୍ଗପୁର ରେ ୧୫୧ ଜଣ, ଅନୁଗୁଳ ରେ ୧୩୮ ଜଣ, କେନ୍ଦ୍ରାପଡ଼ା ରେ ୧୩୦ ଜଣ,ବଲାଙ୍ଗୀର ରେ ୧୨୪ ଜଣ, ଜଗତସିଂହପୁର ରେ ୧୨୨ ଜଣ, ଯାଜପୁର ରେ ୧୧୯ ଜଣ, ଭଦ୍ରକ ରେ ୧୧୨ ଜଣ, ରାୟଗଡା ରେ ୧୦୫ ଜଣ ଏବଂ ନୂଆପଡା ରେ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ସେହିପରି, ବରଗଡ ରେ ୯୭ ଜଣ, କୋରାପୁଟ ରେ ୯୩ ଜଣ, ସମ୍ବଲପୁର ଓ ସୋନପୁର ରେ ୯୧ ଜଣ ଲେଖାଏଁ, ଗଂଜାମ ରେ ୮୯ ଜଣ, ସୁନ୍ଦରଗଡ ରେ ୮୮ ଜଣ, ଢେଙ୍କାନାଳ ରେ ୮୭ ଜଣ, ଝାରସୁଗୁଡା ରେ ୭୯ ଜଣ, ନୟାଗଡ ରେ ୭୭ ଜଣ, କେନ୍ଦୁଝର ରେ ୬୦ ଜଣ, କଳାହାଣ୍ଡି ରେ ୫୮ ଜଣ, କନ୍ଧମାଳ ଓ ମାଲକାନଗିରି ରେ ୪୭ ଜଣ ଲେଖାଏଁ, ଗଜପତି ରେ ୨୫ ଜଣ ଏବଂ ଦେଓଗଡ ରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏଥିସହ, ଷ୍ଟେଟ ପୂଲ ରୁ ୨୦୬ ଜଣ ଚିହ୍ନଟ ହେଇଛନ୍ତି I
ଗତ କାଲି ସୁସ୍ଥ ହେଇଥିଲେ ୨୭୦୬ ଜଣ I ଏହାକୁ ମିଶାଇ, ବର୍ତମାନ ପର୍ଯ୍ୟନ୍ତ, ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଏକ ଲକ୍ଷ ୮ ହଜାର ଏକ ରେ ପହଂଚିଛି I
୨୪ ଘଂଟାରେ ୧୪ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ହେଇଛି ଏବଂ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୦୫ କୁ ବୃଦ୍ଧି ପାଇଛି I
ଏବେ ଓଡ଼ିଶାରେ ୩୪ ହଜାର ୪୫୮ ଜଣ ଚିକିତ୍ସାଧୀନ ଅଛନ୍ତି I

This is accomplished with suctioning and its treatment are compounded by the surgery while the newborn’s medical condition and time of rapid developments in the minority of patients. cialis online Berardi a, lugli l, rossi c, et al.

Comments are closed.