ଓଡ଼ିଶାରେ ୨୪ ଘଂଟାରେ ୧୩୩୭ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୧୮ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୫: ଓଡ଼ିଶାରେ ୨୪ ଘଂଟାରେ ୧୩୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ତଥ୍ୟ ଅନୁସାରେ, ୧୩୩୭ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ, ୮୧୫ ଟି Quarantine Case ଥିବା ବେଳେ ୫୨୨ ଟି Local Contact Case ଅଛି I
ଅନୁଗୁଳ ରୁ ୪ ଜଣ, ବାଲେଶ୍ୱର ରୁ ୩୧ ଜଣ, ବରଗଡ ରୁ ୧୪ ଜଣ, ଭଦ୍ରକ ରୁ ୨୨ ଜଣ, ବଲାଙ୍ଗୀର ରୁ ୧୧ ଜଣ, ବୌଦ ରୁ ଜଣେ, କଟକ ରୁ ୧୬୮ ଜଣ, ଢେଙ୍କାନାଳ ରୁ ୫ ଜଣ, ଗଜପତି ରୁ ୭୫ ଜଣ, ଗଂଜାମ ରୁ ୨୦୧ ଜଣ, ଜଗତସିଂହପୁର ରୁ ୨୧ ଜଣ, ଯାଜପୁର ରୁ ୨୪ ଜଣ, ଝାରସୁଗୁଡା ରୁ ୧୦ ଜଣ, କଳାହାଣ୍ଡି ରୁ ୧୩ ଜଣ, କନ୍ଧମାଳ ରୁ ୨୦ ଜଣ, କେନ୍ଦ୍ରାପଡ଼ା ରୁ ୩୭ ଜଣ, କେନ୍ଦୁଝର ରୁ ୮୦ ଜଣ, ଖୋର୍ଦ୍ଧା ରୁ ୧୯୬ ଜଣ, କୋରାପୁଟ ରୁ ୩୧ ଜଣ, ମାଲକାନଗିରି ରୁ ୩୮ ଜଣ, ମୟୁରଭଞ୍ଜ ରୁ ୧୫ ଜଣ, ନବରଙ୍ଗପୁର ରୁ ୭ ଜଣ, ନୟାଗଡ ୬୦ ଜଣ, ପୁରୀ ରୁ ୭୩ ଜଣ, ରାୟଗଡା ରୁ ୨୨ ଜଣ, ସମ୍ବଲପୁର ରୁ ୭୨ ଜଣ, ସୋନପୁର ରୁ ୩ ଜଣ ଏବଂ ସୁନ୍ଦରଗଡ ରୁ ୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୧୮ କୁ ବୃଦ୍ଧି ପାଇଛି I ସେଥିରୁ, ସୁସ୍ଥ ହେଇଛନ୍ତି ୨୪ ହଜାର ୪୮୩ ଜଣ I ଆଜି ମୃତ୍ୟୁବରଣ କରିଥିବା ୯ ଜଣ ଙ୍କୁ ମିଶାଇ, ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୨୫ ରେ ପହଂଚିଛି I ବର୍ତ୍ତମାନ, ୧୪ ହଜାର ୨୬୬ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.