ଓଡ଼ିଶାରେ ୨୪ ଘଂଟାରେ ୧୦୬୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ଏବଂ ୫ ମୃତ

0

ଭୁବନେଶ୍ୱର:ଜୁଲାଇ ୨୯: ଓଡ଼ିଶାରେ ୨୪ ଘଂଟାରେ ୧,୦୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିରୁ, ୬୬୨ ଟି Quarantine Case ଏବଂ ୪୦୬ ଟି Local Contact Case I ଏହାକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ କୁ ବୃଦ୍ଧି ପାଇଛି I
ଗଂଜାମ ଜିଲ୍ଲାରେ ୨୪୫ ଟି ନୂଆ କେଶ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରେ ୧୯୪ ଟି, ସୁନ୍ଦରଗଡ ରେ ୧୧୨ ଟି , ଗଜପତି ରେ ୮୮ ଟି, କୋରାପୁଟ ରେ ୬୬ ଟି ଏବଂ କଟକରେ ୬୧ ଟି ନୂଆ କରୋନା ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I
ସେହିପରି, ବାଲେଶ୍ୱର ଓ ନୟାଗଡ ରେ ୨୯ ଜଣ ଲେଖାଏଁ, ବଲାଙ୍ଗୀର ଓ ନବରଙ୍ଗପୁର ରେ ୨୬ ଜଣ ଲେଖାଏଁ, ରାୟଗଡା ରେ ୨୪ ଜଣ, ସମ୍ବଲପୁର ରେ ୨୧ ଜଣ, ଅନୁଗୁଳ ଓ ମୟୁରଭଞ୍ଜ ରେ ୨୦ ଜଣ ଲେଖାଏଁ , କଳାହାଣ୍ଡି ରେ ୧୯ ଜଣ, ପୁରୀ ରେ ୧୬ ଜଣ, ଯାଜପୁର ଓ ଝାରସୁଗୁଡା ରେ ୧୨ ଜଣ ଲେଖାଏଁ , କନ୍ଧମାଳ ଓ ନୂଆପଡା ରେ ୧୧ ଜଣ ଲେଖାଏଁ , କେନ୍ଦ୍ରାପଡ଼ା ରେ ୮ ଜଣ, ବରଗଡ ରେ ୫ ଜଣ, ଭଦ୍ରକ ରେ ୪ ଜଣ, ଜଗତସିଂହପୁର ରେ ୩ ଜଣ, ଦେଓଗଡ ଓ ସୋନପୁର ରେ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳ ଓ ମାଲକାନଗିରି ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୨୪ ଘଂଟାରେ ମୋଟ ୫ ଜଣଙ୍କର ମୃତ୍ୟୁ ହେଇଛି I ବାଲେଶ୍ୱର, ପୁରୀ, ଗଂଜାମ, ଫୁଲବାଣୀ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରାମିତଙ୍କର ମୃତ୍ୟୁ ହେଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ରୁ ଜଣାପଡିଛି I ଏହାକୁ ମିଶାଇ, ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୫୯ କୁ ବୃଦ୍ଧି ପାଇଛି I

Leave A Reply

Your email address will not be published.