ଓଡ଼ିଶାରେ ୨୪୫ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ କୁ ବୃଦ୍ଧି

0

ଭୁବନେଶ୍ୱର: ଜୁନ ୨୯: ରାଜ୍ୟରେ ୨୪୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଗଂଜାମରୁ ସର୍ବାଧିକ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଯାଜପୁର ରୁ ୪୦ ଜଣ, ଖୋର୍ଦ୍ଧା ରୁ ୨୮ ଜଣ, ବରଗଡ ରୁ ୧୦ ଜଣ, ଜଗତସିଂହପୁର ରୁ ୯ ଜଣ,କେନ୍ଦ୍ରାପଡ଼ା ରୁ ୮ ଜଣ, କଟକ, ଗଜପତି, କେନ୍ଦୁଝର ଓ ନବରଙ୍ଗପୁର ରୁ ୭ ଜଣ ଲେଖାଏଁ, ସୁନ୍ଦରଗଡ ରୁ ୬ ଜଣ, ମୟୁରଭଞ୍ଜ ରୁ ୫ ଜଣ, ଢେଙ୍କାନାଳ ଓ ନୟାଗଡ ରୁ ୩ ଜଣ ଲେଖାଏଁ, ବାଲେଶ୍ୱର ଓ ଭଦ୍ରକ ରୁ ୨ ଜଣ ଲେଖାଏଁ ଏବଂ ଝାରସୁଗୁଡା, ରାୟଗଡା ଓ ସୋନପୁର ରୁ ଜଣେ ଲେଖାଏଁ ଚିହ୍ନଟ ହେଇଛନ୍ତି I
ଦୁଇଜଣ ଏନଡିଆରଏଫ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
ଚିହ୍ନଟ ହେଇଥିବା ୨୪୫ ଜଣ ଙ୍କ ମଧ୍ୟରୁ, ୨୧୪ ଜଣ କ୍ଵାରାଣ୍ଟIଇନ ରେ ଥିବା ଅବସ୍ଥାରେ ଚିହ୍ନଟ ହେଇଛନ୍ତି ଏବଂ ୩୧ ଜଣ ସ୍ଥାନୀୟ ଅଂଚଳର I
ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୬୮୫୯ କୁ ବୃଦ୍ଧି ପାଇଛି I

Leave A Reply

Your email address will not be published.