ଓଡ଼ିଶାରେ ୨୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୭୨୩ ରେ ପହଂଚିଛି

ଭୁବନେଶ୍ୱର: ଜୁନ ୧୩: ଓଡ଼ିଶାରେ ୨୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ରାଜ୍ୟରେ ଗୋଟିଏ ଦିନରେ ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ପ୍ରଥମ I ଏହାକୁ ମିଶାଇ, ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ କୁ ବୃଦ୍ଧି ପାଇଛି I
କଟକ ଜିଲ୍ଲାରେ ୯୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବାବେଳେ, ଗଂଜାମ ରେ ୨୦ ଜଣ, ଖୋର୍ଦ୍ଧା ରେ ୧୯ ଜଣ, ବାଲେଶ୍ୱର ରେ ୨ ଜଣ, କେନ୍ଦ୍ରାପଡ଼ା ରେ ୪ ଜଣ, ଭଦ୍ରକ ରେ ୫ ଜଣ, ପୁରୀ ରେ ୧୫ ଜଣ, ଜଗତସିଂହପୁର ରେ ୧୩ ଜଣ, ବଲାଙ୍ଗୀର ରେ ୧୨ ଜଣ, ସୁନ୍ଦରଗଡ ରେ ଜଣେ, ନୟାଗଡ ରେ ୭ ଜଣ, ମୟୁରଭଞ୍ଜ ରେ ୯ ଜଣ, କନ୍ଧମାଳ ରେ ୧୫ ଜଣ, ଢେଙ୍କାନାଳ ରେ ୭ ଜଣ, କଳାହାଣ୍ଡିରେ ୩ ଜଣ ଏବଂ ଅନୁଗୁଳ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଚିହ୍ନଟ ହେଇଥିବା ୨୨୫ ଜଣଙ୍କ ମଧ୍ୟରୁ ୧୯୬ ଜଣ ସଙ୍ଗରୋଧ କେନ୍ଦ୍ର ରେ ଥିଲେ ଏବଂ ୨୯ ଜଣ ସ୍ଥାନୀୟ ଅଂଚଳର I
ଗତ କାଲି ପର୍ଯ୍ୟନ୍ତ ୨୪୭୪ ଜଣ ସୁସ୍ଥ ହେଇସାରିଛନ୍ତି I ଏବେ ୧୨୩୬ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.