ଓଡ଼ିଶାରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୩୮୮ କୁ ବୃଦ୍ଧି

ଭୁବନେଶ୍ୱର: ଜୁନ ୦୩: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ,୧୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏ ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହେଇଥିବା କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୩୮୮ କୁ ବୃଦ୍ଧି ପାଇଛି I
୧୪୩ ଜଣ ନୂଆ କରୋନା ଆକ୍ରାନ୍ତ ଙ୍କ ମଧ୍ୟରେ, ଗଂଜାମ ର ୪୧ ଜଣ,ବାଲେଶ୍ୱର ର ୨୪ ଜଣ, ଖୋର୍ଦ୍ଧା ର ୩ ଜଣ, କେନ୍ଦ୍ରାପଡ଼ା ର ୯ ଜଣ, ଭଦ୍ରକ ର ୩ ଜଣ, ବଲାଙ୍ଗୀର ର ୧୩ ଜଣ, ସୁନ୍ଦରଗଡ ର ୪ ଜଣ, ନୂଆପଡା ର ୮ ଜଣ, ଗଜପତି ର ୪ ଜଣ, ମୟୁରଭଞ୍ଜ ର ୮ ଜଣ, ଦେଓଗଡ ର ଜଣେ, ଅନୁଗୁଳ ର ୩ ଜଣ, ସୋନପୁର ର ୧୭ ଜଣ, କଳାହାଣ୍ଡି ର ଜଣେ, ସମ୍ବଲପୁର ର ୩ ଜଣ ଏବଂ ରାୟଗଡା ଜିଲ୍ଲା ର ଜଣେ ବ୍ୟକ୍ତି ଅଛନ୍ତି I

ଓଡିଶା ସ୍ୱାସ୍ଥ୍ୟ ବିଭାଗ ର ତଥ୍ୟ ଅନୁସାରେ, ରାଜ୍ୟରେ ଏ ପର୍ଯ୍ୟନ୍ତ ୧୩୨୫ ଜଣ ରୋଗୀ ସମ୍ପୂର୍ଣ ସୁସ୍ଥ ହେଇସାରିଲେଣି ଏବଂ ୧୦୫୪ ଜଣ ଚିକିତ୍ସିତ ହେଉଛନ୍ତି I

Comments are closed.