ଓଡ଼ିଶାରେ ୧୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨,୯୯୪ ହେଲା

0

ଭୁବନେଶ୍ୱର: ଜୁନ ୮: ଗତ ୨୪ ଘଣ୍ଟା ମଧ୍ୟରେ ୧୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨,୯୯୪ ଜଣ ବ୍ୟକ୍ତି କରୋନା ରେ ସଂକ୍ରମିତ ହେଇସାରିଲେଣି I ଅନ୍ୟପକ୍ଷରେ, ଗତ କାଲି ପର୍ଯ୍ୟନ୍ତ,୧୮୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ଗଂଜାମ ଜିଲ୍ଲାରେ ୩୩ ଜଣ, ଯାଜପୁର ରେ ୬ ଜଣ, ଖୋର୍ଦ୍ଧା ରେ ୧୩ ଜଣ, କଟକ ରେ ୧୫ ଜଣ, କେନ୍ଦ୍ରାପଡ଼ା ରେ ଜଣେ, ଭଦ୍ରକ ରେ ୧୧ ଜଣ, ବଲାଙ୍ଗୀର ରେ ଜଣେ, ସୁନ୍ଦରଗଡ ରେ ୧୨ ଜଣ, ପୁରୀ ରେ ୭ ଜଣ, ନୟାଗଡ ରେ ୩ ଜଣ, ମୟୁରଭଞ୍ଜ ରେ ୬ ଜଣ, ନୂଆପଡା ରେ ୩ ଜଣ, କେନ୍ଦୁଝର ରେ ୧୦ ଜଣ, ଢେଙ୍କାନାଳ ରେ ୩ ଜଣ, କନ୍ଧମାଳ ରେ ୧୦ ଜଣ, କଳାହାଣ୍ଡି ରେ ୨ ଜଣ ଏବଂ ସମ୍ବଲପୁର ଓ ରାୟଗଡା ରେ ଜଣେ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

Leave A Reply

Your email address will not be published.