ଓଡ଼ିଶାରେ ୧୩୭ କରୋନା ସଂକ୍ରମିତ ସୁସ୍ଥ; ମୋଟ ସୁସ୍ଥ ହେଲେ ୪୭୪୩

0

ଭୁବନେଶ୍ୱର: ଜୁନ ୨୮: ଓଡ଼ିଶାରେ ଆଉ ୧୩୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେ I ଏହାକୁ ମିଶାଇ, ଏ ପର୍ଯ୍ୟନ୍ତ ୪୭୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I
ଆଜି ଗଂଜାମ ରୁ ୩୩ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୨୯ ଜଣ, କଟକ ରୁ ୨୨ ଜଣ, ବାଲେଶ୍ୱର ରୁ ୧୩ ଜଣ, ଯାଜପୁର ରୁ ୯ ଜଣ, କଳାହାଣ୍ଡି ରୁ ୬ ଜଣ, ଭଦ୍ରକ ରୁ ୪ ଜଣ, ମୟୁରଭଞ୍ଜ, ନୟାଗଡ ଓ ପୁରୀ ରୁ ୩ ଜଣ ଲେଖାଏଁ, ବୌଦ, ବରଗଡ, ଝାରସୁଗୁଡା ଓ କେନ୍ଦ୍ରାପଡ଼ା ରୁ ୨ ଜଣ ଲେଖାଏଁ ଏବଂ ଅନୁଗୁଳ, ବଲାଙ୍ଗୀର, ଜଗତସିଂହପୁର ଓ ନୂଆପଡା ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I

Leave A Reply

Your email address will not be published.