ଓଡ଼ିଶାରେ ୧୩୬ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୩୮୬ ହେଲା

ଭୁବନେଶ୍ୱର: ଜୁନ ୧୧: ରାଜ୍ୟରେ ୧୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଓଡ଼ିଶାରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩୩୮୬ ରେ ପହଂଚିଛି I
ସଂକ୍ରମିତ ହେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ, ୫୪ ଜଣ ଏନଡିଆରଏଫ/ଓଡ୍ରାଫ ର କର୍ମଚାରୀ ଅଛନ୍ତି I ସୂଚନା ଅନୁସାରେ, ଏମାନେ ସମସ୍ତେ ପଶ୍ଚିମବଙ୍ଗ କୁ ଅଃମ୍ପନ ଡିଉଟି ରେ ଯାଇଥିଲେ I
ତା ସହିତ, ଖୋର୍ଦ୍ଧା ରୁ ୧୭ ଜଣ, ଗଂଜାମ ରୁ ୩ ଜଣ, କଟକ ରୁ ୭ ଜଣ, କେନ୍ଦ୍ରାପଡ଼ା ରୁ ଜଣେ, ପୁରୀ ରୁ ୩ ଜଣ, ମୟୁରଭଞ୍ଜ ରୁ ୯ ଜଣ, ଗଜପତି ରୁ ୭ ଜଣ, ନୂଆପଡା ରୁ ୨ ଜଣ, କେନ୍ଦୁଝର ରୁ ୮ ଜଣ, କନ୍ଧମାଳ ରୁ ୧୫ ଜଣ, ଢେଙ୍କାନାଳ ରୁ ୩ ଜଣ, କଳାହାଣ୍ଡି ରୁ ୩ ଜଣ, ସମ୍ବଲପୁର ରୁ ଜଣେ ଏବଂ ଝାରସୁଗୁଡା ରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୧୩୬ ଜଣ ନୂଆ ଆକ୍ରାନ୍ତ ଙ୍କ ମଧ୍ୟରୁ, ୧୩୪ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ବାକି ୨ ଜଣ ସ୍ଥାନୀୟ ଅଂଚଳର I

Comments are closed.