ଓଡ଼ିଶାରେ ସୁସ୍ଥ ହେଲେ ୫୮୧ ଜଣ କରୋନା ଆକ୍ରାନ୍ତ : ମୋଟ ସୁସ୍ଥ ହେଲେଣି ୧୭,୩୭୪

0

ଭୁବନେଶ୍ୱର:ଜୁଲାଇ ୨୭: ଓଡ଼ିଶାରେ ଆଜି ୫୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ୧୭,୩୭୪ ଜଣ ସୁସ୍ଥ ହେଇସାରିଲେଣି I
ଗଂଜାମ ରେ ସର୍ବାଧିକ ୧୬୦ ଜଣ ସୁସ୍ଥ ହେଇଛନ୍ତି I ସେହିପରି, ଖୋର୍ଦ୍ଧା ରେ ୭୭ ଜଣ, ଗଜପତି ରେ ୪୩ ଜଣ, କଟକ ରେ ୩୪ ଜଣ, ମାଲକାନଗିରି ରେ ୩୨ ଜଣ, ବରଗଡ ରେ ୨୫ ଜଣ, ଭଦ୍ରକ ରେ ୨୩ ଜଣ, କେନ୍ଦୁଝର ରେ ୧୯ ଜଣ, ଅନୁଗୁଳ ଓ କନ୍ଧମାଳ ରେ ୧୭ ଜଣ ଲେଖାଏଁ, ଜଗତସିଂହପୁର ଓ ସମ୍ବଲପୁର ରେ ୧୪ ଜଣ ଲେଖାଏଁ, ମୟୁରଭଞ୍ଜ, ରାୟଗଡା ଓ ସୁନ୍ଦରଗଡ ରେ ୧୨ ଜଣ ଲେଖାଏଁ, ବାଲେଶ୍ୱର ରେ ୧୦ ଜଣ, ଝାରସୁଗୁଡା, କେନ୍ଦ୍ରାପଡ଼ା ଓ ପୁରୀ ରେ ୯ ଜଣ ଲେଖାଏଁ,ଢେଙ୍କାନାଳ ରେ ୮ ଜଣ, ଯାଜପୁର ରେ ୭ ଜଣ, ବଲାଙ୍ଗୀର ରେ ୬ ଜଣ, ବୌଦ ରେ ୫ ଜଣ, ଦେଓଗଡ ରେ ୩ ଜଣ, ନବରଙ୍ଗପୁର ରେ ୨ ଜଣ ଏବଂ କୋରାପୁଟ ଓ ନୟାଗଡ ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ ରେ ପହଂଚିଛି I ଏବେ ୯,୩୩୭ ଜଣ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.