ଓଡ଼ିଶାରେ ସୁସ୍ଥ ହେଲେ ୫୦୫ ଜଣ; ମୋଟ ସୁସ୍ଥ ହେଲେଣି ୯,୨୫୫ ଜଣ

ଭୁବନେଶ୍ୱର: ଜୁଲାଇ ୧୩: ଓଡ଼ିଶାରେ ଆଜି ୫୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଗଂଜାମ ଜିଲ୍ଲାରୁ ୨୪୮ ଜଣ, ସୁନ୍ଦରଗଡ ରୁ ୭୧ ଜଣ, ଖୋର୍ଦ୍ଧା ରୁ ୫୨ ଜଣ, କଟକ ରୁ ୪୫ ଜଣ, ପୁରୀ ରୁ ୧୧ ଜଣ, ଗଜପତି ରୁ ୧୦ ଜଣ, ନବରଙ୍ଗପୁର ରୁ ୯ ଜଣ, ଯାଜପୁର ରୁ ୮ ଜଣ, ନୟାଗଡ ରୁ ୮ ଜଣ, ଜାଫତସିଙ୍ଘପୁର ରୁ ୭ ଜଣ, ଭଦ୍ରକ ଓ ଢେଙ୍କାନାଳ ରୁ ୬ ଜଣ ଲେଖାଏଁ, ଅନୁଗୁଳ ରୁ ୫ ଜଣ, କନ୍ଧମାଳ, କେନ୍ଦ୍ରାପଡ଼ା ଓ କୋରାପୁଟ ରୁ ୪ ଜଣ ଲେଖାଏଁ, ବରଗଡ ରୁ ୩ ଜଣ, କେନ୍ଦୁଝର ରୁ ୨ ଜଣ ଏବଂ ଝାରସୁଗୁଡା ଓ ରାୟଗଡା ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ ରାଜ୍ୟରେ ମୋଟ ୯,୨୫୫ ଜଣ ସୁସ୍ଥ ହେଇସାରିଲେଣି I
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ ରେ ପହଂଚିଛି I ଏବେ ୪,୩୯୧ ଜଣ ଚିକିତ୍ସିତ ହେଉଛନ୍ତି I

Comments are closed.