ଓଡ଼ିଶାରେ ସୁସ୍ଥ ହେଲେ ୧୪୯ ଜଣ; ମୋଟ ସୁସ୍ଥ ହେଇସାରିଲେଣି ୫୫୦୨ଜଣ

ଭୁବନେଶ୍ୱର: ଜୁଲାଇ ୦୨: ଓଡ଼ିଶାରେ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୯ ଜଣ ସୁସ୍ଥ ହେଇଥିବାବେଳେ, ଖୋର୍ଦ୍ଧା ରୁ ୨୪ ଜଣ, ମୟୁରଭଞ୍ଜ ରୁ ୧୪ ଜଣ, କଟକ ରୁ ୧୩ ଜଣ, କଳାହାଣ୍ଡି ଓ କେନ୍ଦ୍ରାପଡ଼ା ରୁ ୬ ଜଣ ଲେଖାଏଁ, ରାୟଗଡା ରୁ ୫ ଜଣ, ଅନୁଗୁଳ,ଝାରସୁଗୁଡା ଓ ସୁନ୍ଦରଗଡ ରୁ ୪ ଜଣ ଲେଖାଏଁ, ବଲାଙ୍ଗୀର, ଭଦ୍ରକ, ଯାଜପୁର ଓ ପୁରୀ ରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ନୟାଗଡ ଓ ଜଗତସିଂହପୁର ରୁ ୨ ଜଣ ଲେଖାଏଁ ଏବଂ ବରଗଡ ଓ କୋରାପୁଟ ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I
ଓଡ଼ିଶାରେ ଏ ପର୍ଯ୍ୟନ୍ତ ମୋଟ ୫୫୦୨ ସୁସ୍ଥ ହେଇସାରିଲେଣି I

Comments are closed.