ଓଡ଼ିଶାରେ ସୁସ୍ଥ ହେଲେ ଆଉ ୮୦୭ ଜଣ କରୋନା ସଂକ୍ରମିତ; ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୧୯ ହଜାର ୭୪୬ ଜଣ

0

ଭୁବନେଶ୍ୱର: ଜୁଲାଇ ୩୦: ଆଜି ଓଡିଶାରେ ଆଉ ୮୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ ୧୯ ,୭୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I
ଗଞ୍ଜାମ ଜିଲ୍ଲା ସର୍ବାଧିକ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଆଜି ଗଞ୍ଜାମ ଜିଲ୍ଲାରୁ ୪୩୧ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି I ସେହିପରି, କଟକରୁ ୬୨ ଜଣ, ରାୟଗଡାରୁ ୪୭ ଜଣ, ଗଜପତିରୁ ୩୪ ଜଣ, କେନ୍ଦୁଝର ରୁ ୨୯ ଜଣ, ସୁନ୍ଦରଗଡରୁ ୨୪ ଜଣ, ନୟାଗଡ଼ରୁ ୨୩ ଜଣ, ଯାଜପୁର ରୁ ୨୧ ଜଣ, କନ୍ଧମାଳ ରୁ ୧୯ ଜଣ, ବାଲେଶ୍ୱର, କେନ୍ଦ୍ରାପଡ ଓ ମୟୂରଭଞ୍ଜ ରୁ ୧୪ ଜଣ ଲେଖାଏଁ, ଭଦ୍ରକରୁ ୧୩ ଜଣ , ଖୋର୍ଦ୍ଧା ରୁ ୧୨ ଜଣ, ବରଗଡରୁ ୧୧ ଜଣ , ମାଲକାନଗିରିରୁ ୧୦ ଜଣ, ବାଲାଙ୍ଗୀର ଓ ସମ୍ବଲପୁରରୁ ୭ ଜଣ ଲେଖାଏଁ, ଝାରସୁଗୁଡା ରୁ ୬ ଜଣ, ଢେଙ୍କାନାଳ ରୁ ୪ ଜଣ, ଅନୁଗୁଳ ରୁ 3 ଜଣ ଏବଂ କୋରାପୁଟ ଓ ପୁରୀରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I
ବର୍ତ୍ତମାନ, ଓଡିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮ କୁ ବୃଦ୍ଧି ପାଇଛି ଏବଂ ସେଥିମଧ୍ୟରୁ ୧୯, ୭୪୬ ଜଣ ଭଲ ହୋଇସାରିଛନ୍ତି। ୧୦,୪୨୭ ଜଣ ଚିକିତ୍ସାଧୀନ ଅଛନ୍ତି I ଏପର୍ଯ୍ୟନ୍ତ ୧୬୯ଜଣ ବ୍ୟକ୍ତି ଙ୍କର ଏହି ରୋଗରେ ମୃତ୍ୟୁ ହେଇଛି I

Leave A Reply

Your email address will not be published.