ଓଡ଼ିଶାରେ ସୁସ୍ଥ ହେଲେ ଆଉ ୧୫୪୪ ଜଣ ; ମୋଟ ସୁସ୍ଥ ହେଲେଣି ୩୦ ହଜାର ୨୪୨ ଜଣ

ଭୁବନେଶ୍ୱର: ଅଗଷ୍ଟ ୮: ଓଡ଼ିଶାରେ ଶନିବାର ଦିନ ୧୫୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି । ଗଂଜାମ ରୁ ସର୍ବାଧିକ ୫୬୦ ଜଣ ସୁସ୍ଥ ହେଇଥିବା ବେଳେ ଖୋର୍ଦ୍ଧା ରୁ ୨୦୩ ଜଣ ,କୋରାପୁଟ ରୁ ୧୪୩ ଜଣ ,ଗଜପତି ରୁ ୭୫ ଜଣ , ନୟାଗଡ ରୁ ୬୨ ଜଣ , ସୁନ୍ଦରଗଡ ରୁ ୫୯ ଜଣ , କନ୍ଧମାଳ ରୁ ୪୧ ଜଣ , କଟକ ରୁ ୩୭ ଜଣ , କଳାହାଣ୍ଡି ରୁ ୩୬ ଜଣ , ରାୟଗଡା ରୁ ୩୬ ଜଣ , ଯାଜପୁର ରୁ ୩୪ ଜଣ , ବାଲେଶ୍ୱର ରୁ ୩୩ ଜଣ , ପୁରୀ ରୁ ୩୨ ଜଣ , ସମ୍ବଲପୁର ରୁ ୩୧ ଜଣ , ମାଲକାନଗିରି ରୁ ୨୪ ଜଣ , କେନ୍ଦ୍ରାପଡ଼ା ରୁ ୨୧ ଜଣ , କେନ୍ଦୁଝର ରୁ ୧୭ ଜଣ , ବରଗଡ ଓ ବଲାଙ୍ଗୀର ରୁ ୧୬ ଜଣ ଲେଖାଏଁ , ଢେଙ୍କାନାଳ ରୁ ୧୩ ଜଣ , ମୟୁରଭଞ୍ଜ ରୁ ୧୨ ଜଣ , ଭଦ୍ରକ , ସୋନପୁର ଓ ଜଗତସିଂହପୁର ରୁ ୮ ଜଣ ଲେଖାଏଁ , ଅନୁଗୁଳ ଓ ନୂଆପଡା ରୁ ୬ ଜଣ ଲେଖାଏଁ , ଝାରସୁଗୁଡା ରୁ ୩ ଜଣ ଏବଂ ନବରଙ୍ଗପୁର ରୁ ୪ ଜଣ ସୁସ୍ଥ ହେଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ ୩୦ ହଜାର ୨୪୨ ଜଣ ସୁସ୍ଥ ହେଲେ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୧୯୩ କୁ ବୃଦ୍ଧି ପାଇଛି । ଏବେ ୧୩ ହଜାର ୬୪୪ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.