ଓଡ଼ିଶାରେ ରେ ୨୪ ଘଂଟାରେ ୧୯୭୭ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୬୩୦ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୧୪: ଓଡ଼ିଶାରେ ୨୪ ଘଂଟାରେ ୧୯୭୭ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗତକାଲି ମଧ୍ୟ ୧୯୮୧ ଟି କେଶ ଚିହ୍ନଟ ହେଇଥିଲା I ୨ ଦିନ ହେଲା କ୍ରମାଗତ ଭାବରେ ୧୯୦୦ ରୁ ଉର୍ଦ୍ଧ୍ୱ କେଶ ଚିହ୍ନଟ ହେଉଛି I
ଆଜି ଚିହ୍ନଟ ହେଇଥିବା ୧୯୭୭ ଟି କେଶ ମଧ୍ୟରୁ, ୧୨୪୧ ଜଣ ସଙ୍ଗରୋଧ ରେ ଥିଲେ ଏବଂ ଆଉ ୭୩୬ ଜଣ Local Contact କେଶ I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ଖୋର୍ଦ୍ଧା ରୁ ସର୍ବାଧିକ ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଗଂଜାମ ରୁ ୨୮୦ ଜଣ, ମୟୁରଭଞ୍ଜ ରୁ ୧୨୦ ଜଣ, ଭଦ୍ରକ ରୁ ୧୧୮ ଜଣ, କଟକ ରୁ ୧୦୧ ଜଣ, ଗଜପତି ରୁ ୯୩ ଜଣ, କୋରାପୁଟ ରୁ ୯୦ ଜଣ, ସୁନ୍ଦରଗଡ ରୁ ୮୮ ଜଣ, ପୁରୀ ରୁ ୮୩ ଜଣ, ନୟାଗଡ ରୁ ୭୫ ଜଣ, ରାୟଗଡା ରୁ ୭୦ ଜଣ, ଯାଜପୁର ରୁ ୬୯ ଜଣ, କନ୍ଧମାଳ ରୁ ୬୦ ଜଣ, ସମ୍ବଲପୁର ରୁ ୫୯ ଜଣ, ବାଲେଶ୍ୱର ରୁ ୫୬ ଜଣ, ମାଲକାନଗିରି ରୁ ୫୨ ଜଣ, କଳାହାଣ୍ଡି ରୁ ୪୮ ଜଣ, ଢେଙ୍କାନାଳ ରୁ ୪୦ ଜଣ, ଜଗତସିଂହପୁର ରୁ ୩୪ ଜଣ, ବରଗଡ ରୁ ୨୨ଜଣ, ନୂଆପଡା ରୁ ୨୦ ଜଣ, ନବରଙ୍ଗପୁର ରୁ ୧୭ ଜଣ, ଝାରସୁଗୁଡା ରୁ ୧୧ ଜଣ, କେନ୍ଦୁଝର ରୁ ୧୦ ଜଣ, ବଲାଙ୍ଗୀର ଓ ସୋନପୁର ରୁ ୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ରୁ ୬ ଜଣ, ବୌଦ ରୁ ୫ ଜଣ ଏବଂ ଅନୁଗୁଳ ଓ ଦେଓଗଡ ରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଆଜି ସୁଦ୍ଧା ଓଡ଼ିଶାରେ ମୋଟ ୫୪ ହଜାର ୬୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୩୭ ହଜାର ୯୦୧ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ମୋଟ ୧୬ ହଜାର ୩୫୨ ଜଣ ଚିକିତ୍ସାଧୀନ ଅଛନ୍ତି I
ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁୟାଯୀ, ୨୪ ଘଂଟାରେ ୧୦ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି ଏବଂ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୨୪ ରେ ପହଂଚିଛି I

Comments are closed.