ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୫୮ ହଜାର ୬୫୦; ସୁସ୍ଥ ହେଇସାରିଛନ୍ତି ଏକ ଲକ୍ଷ ୨୨ ହଜାର ୨୪ ଜଣ

ଭୁବନେଶ୍ୱର: ସେପ୍ଟେମ୍ବର ୧୫: ଓଡ଼ିଶାରେ ୨୪ ଘଂଟାରେ ୩,୬୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୨୧୫୧ ଜଣ ସଂଗରୋଧ ରେ ଥିଲେ ଏବଂ ବାକି ୧୪୯୪ ଟି ଲୋକାଲ କେଶ I
ନୂଆ ଚିହ୍ନଟ ହେଇଥିବା ୩,୬୪୫ କେଶ କୁ ମିଶାଇ, ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୫୮ ହଜାର ୬୫୦ କୁ ବୃଦ୍ଧି ପାଇଛି I
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୧୭ ଜଣ ଚିହ୍ନଟ ହେଇଥିବା ବେଳେ କଟକ ରେ ୩୫୭ ଜଣ, ପୁରୀ ରେ ୨୪୬ ଜଣ, ବରଗଡ ରେ ୧୫୭ ଜଣ, ବାଲେଶ୍ୱର ରେ ୧୫୬ ଜଣ, ଭଦ୍ରକ ରେ ୧୪୩ ଜଣ, ମୟୁରଭଞ୍ଜ ରେ ୧୩୭ ଜଣ, ସମ୍ବଲପୁର ରେ ୧୨୭ ଜଣ, ଯାଜପୁର ରେ ୧୧୬ ଜଣ, ସୋନପୁର ରେ ୯୯ ଜଣ, ଜଗତସିଂହପୁର, କନ୍ଧମାଳ ଓ କୋରାପୁଟ ରେ ୯୫ ଜଣ ଲେଖାଏଁ, ଝାରସୁଗୁଡା ରେ ୯୧ ଜଣ, ନବରଙ୍ଗପୁର ଓ ନୂଆପଡା ରେ ୯୦ ଜଣ ଲେଖାଏଁ , ସୁନ୍ଦରଗଡ ରେ ୮୪ ଜଣ, ରାୟଗଡା ଓ କଳାହାଣ୍ଡି ରେ ୭୯ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ରେ ୭୫ ଜଣ,ଢେଙ୍କାନାଳ ରେ ୬୮ ଜଣ, କେନ୍ଦୁଝର ରେ ୫୬ ଜଣ, ଗଂଜାମ ରେ ୪୬ ଜଣ, ଅନୁଗୁଳ ଓ ବଲାଙ୍ଗୀର ରେ ୩୯ ଜଣ ଲେଖାଏଁ , ନୟାଗଡ ରେ ୩୮ ଜଣ, ମାଲକାନଗିରି ରେ ୩୩ ଜଣ, ବୌଦ ରେ ୩୦ ଜଣ, ଦେଓଗଡ ରେ ୧୫ ଜଣ, ଗଜପତି ରେ ୯ ଜଣ ଏବଂ ଷ୍ଟେଟ ପୂଲ ରେ ୩୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୨୪ ଘଂଟାରେ ୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଏଥିସହିତ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୪୫ ରେ ପହଂଚିଛି I
ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁଯାଇ, ଏ ପର୍ଯ୍ୟନ୍ତ ଏକ ଲକ୍ଷ ୨୨ ହଜାର ୨୪ ଜଣ ସୁସ୍ଥ ହେଇସାରିଛନ୍ତି I ଏବେ ୩୫ ହଜାର ୯୨୮ ଜଣ ଚିକିତ୍ସାଧୀନ ଅଛନ୍ତି I

Share on email. cialis Tomas Thorne October 24, Get Discount.

Comments are closed.