ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୧୬ ହଜାର ୬୭୮ କୁ ବୃଦ୍ଧି; ୨୪ ଘଂଟାରେ ୩ ହଜାର ୨୬୭ ଟି କୋଭିଡ ପଜିଟିଭ କେଶ ଚିହ୍ନଟ

ଭୁବନେଶ୍ୱର: ସେପ୍ଟେମ୍ବର ୪ : ଓଡ଼ିଶାରେ ୨୪ ଘଂଟାରେ ୩ ହଜାର ୨୬୭ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୧୯୬୧ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୧୩୦୬ ଟି ଲୋକାଲ କଂଟାକଟ କେଶ I
ଖୋର୍ଦ୍ଧା ଜିଲ୍ଲାରୁ ୨୪ ଘଂଟାରେ ସର୍ବାଧିକ ୮୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ କଟକ ରୁ ୩୮୪, ପୁରୀ ରୁ ୨୩୫,ରାୟଗଡା ରୁ ୧୬୯, ଭଦ୍ରକ ରୁ ୧୩୮,ମୟୁରଭଞ୍ଜ ରୁ ୧୩୪,ସୁନ୍ଦରଗଡ ରୁ ୧୨୭, ବରଗଡ ରୁ ୧୨୦, କେନ୍ଦୁଝର ରୁ ୧୦୭, ଗଂଜାମ ରୁ ୯୭ , ନବରଙ୍ଗପୁର ରୁ ୮୫, କୋରାପୁଟ ରୁ ୮୩, ସମ୍ବଲପୁର ରୁ ୮୦, ନୟାଗଡ ରୁ ୭୦, ସୋନପୁର ରୁ ୬୬, ଜଗତସିଂହପୁର ରୁ ୬୬, ଅନୁଗୁଳ ରୁ ୬୦,କେନ୍ଦ୍ରାପଡ଼ା ରୁ ୫୧, ବୌଦ ରୁ ୪୪, ବଲାଙ୍ଗୀର ରୁ ୪୩, ନୂଆପଡା ରୁ ୪୦, ଝାରସୁଗୁଡା ରୁ ୩୭, କଳାହାଣ୍ଡି ରୁ ୩୭, କନ୍ଧମାଳ ରୁ ୨୭, ଦେଓଗଡ ରୁ ୨୩, ଯାଜପୁର ରୁ ୨୩, ଢେଙ୍କାନାଳ ରୁ ୧୮, ଗଜପତି ରୁ ୧୮, ମାଲକାନଗିରି ରୁ ୧୭ ଏବଂ ବାଲେଶ୍ୱର ରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଓଡିଶା ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୧୬ ହଜାର ୬୭୮ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ, ୮୭ ହଜାର ୩୫୧ ଜଣ ସୁସ୍ଥ ହେଇସାରିଛନ୍ତି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁସାରେ, ଗତ ୨୪ ଘଂଟାରେ ୯ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୩୧ କୁ ବୃଦ୍ଧି ପାଇଛି I
ଏବେ ୨୮ ହଜାର ୭୪୩ ଜଣ ଚିକିତ୍ସାଧୀନ ଅଛନ୍ତି I

Additionally, there is a possible class-action lawsuit pending against Saxenda. cialis price With these concerns, we caution potential users to consider if this drug is the right choice.

Comments are closed.