ଓଡ଼ିଶାରେ ପୁଣି ୧୦ କରୋନା ଆକ୍ରାନ୍ତ ମୃତ; ମୋଟ ମୃତ୍ୟୁ ସଂଖ୍ୟା ୧୪୦ ରେ ପହଁଚିଲା

0

ଭୁବନେଶ୍ୱର: ଜୁଲାଇ ୨୬: ଓଡ଼ିଶାରେ ୨୪ ଘଂଟାରେ ୧୦ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I ସେଥିରୁ, ଗଂଜାମ ରୁ ୬ ଜଣ ଥିବା ବେଳେ, ଖୋର୍ଦ୍ଧା ରୁ ୨ ଜଣ ଏବଂ ଗଜପତି ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି I ମୃତ୍ୟୁବରଣ କରିଥିବା ୧୦ ଜଣ ଙ୍କ ମଧ୍ୟରେ ୮ ଜଣ ପୁରୁଷ ଥିବା ବେଳେ ୨ ଜଣ ମହିଳା ଅଛନ୍ତି I
ଗତକାଲି ମଧ୍ୟ ଓଡ଼ିଶାରେ ୧୦ ଜଣଙ୍କର ମୃତ୍ୟୁ ହେଇଥିଲା I ଏହାକୁ ମିଶାଇ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୪୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇସାରିଛି I ସେଥିମଧ୍ୟରୁ, ଗଂଜାମ ଜିଲ୍ଲାରୁ ସର୍ବାଧିକ ୭୯ ଜଣଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.