ଓଡ଼ିଶାରେ ପଚାଶ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ୧୮୭୬ ନୂଆ କୋଭିଡ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୧୨: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ୬୭୨ କୁ ବୃଦ୍ଧି ପାଇଛି I ଗତ ୨୪ ଘଣ୍ଟାରେ କେବଳ ୧୮୭୬ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୧୧୮୨ ଟି Quarantine କେଶ ଥିବାବେଳେ ୬୯୪ ଟି Local Contact Case ଅଛି I
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଗଂଜାମ ରୁ ୨୬୦ ଜଣ , ସୁନ୍ଦରଗଡ ରୁ ୧୧୯ ଜଣ, କଟକ ରୁ ୧୦୯ ଜଣ , ନୟାଗଡ ରୁ ୧୦୫ ଜଣ, ରାୟଗଡା ରୁ ୯୮ ଜଣ, ବାଲେଶ୍ୱର ରୁ ୮୧ ଜଣ, ପୁରୀ ରୁ ୮୦ ଜଣ, କୋରାପୁଟ ରୁ ୭୭ ଜଣ, ଗଜପତି ରୁ ୭୧ ଜଣ, ମୟୁରଭଞ୍ଜ ରୁ ୭୦ ଜଣ, କେନ୍ଦ୍ରାପଡ଼ା ରୁ ୫୮ ଜଣ, ଯାଜପୁର ରୁ ୫୩ ଜଣ, ଭଦ୍ରକ ରୁ ୫୦ ଜଣ, କଳାହାଣ୍ଡି ରୁ ୪୧ ଜଣ, ସମ୍ବଲପୁର ଓ ଢେଙ୍କାନାଳ ରୁ ୩୬ ଜଣ ଲେଖାଏଁ , ବଲାଙ୍ଗୀର ରୁ ୩୧ ଜଣ, କନ୍ଧମାଳ ଓ ନବରଙ୍ଗପୁର ରୁ ୩୦ ଜଣ ଲେଖାଏଁ , ଜଗତସିଂହପୁର ରୁ ୨୬ ଜଣ,ମାଲକାନଗିରି ରୁ ୨୪ ଜଣ, ସୋନପୁର ରୁ ୨୨ ଜଣ, କେନ୍ଦୁଝର ରୁ ୨୧ ଜଣ, ଅନୁଗୁଳ ଓ ବରଗଡ ରୁ ୧୫ ଜଣ ଲେଖାଏଁ , ବୌଦ ରୁ ୧୦ ଜଣ, ଝାରସୁଗୁଡା ରୁ ୬ ଜଣ, ନୂଆପଡା ରୁ ୩ ଜଣ ଏବଂ ଦେଓଗଡ ରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏ ପର୍ଯ୍ୟନ୍ତ ମୋଟ ୩୪ ହଜାର ୮୦୬ ଜଣ ସୁସ୍ଥ ହେଇଛନ୍ତି I
୨୪ ଘଣ୍ଟାରେ ମୃତ୍ୟୁବରଣ କରିଛନ୍ତି ୯ ଜଣ କରୋନା ଆକ୍ରାନ୍ତ I ଏହାକୁ ମିଶାଇ, ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୦୫ କୁ ବୃଦ୍ଧି ପାଇଛି I ଏବେ ୧୫ ହଜାର ୫୦୮ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.